‘ଦ୍ରୌପଦୀ’ ସାଜିବେ ପ୍ରକୃତି ମିଶ୍ର, ସେୟାର କଲେ ଫିିଲ୍ମର ପ୍ରଥମ ପୋଷ୍ଟର

ଦ୍ରୌପଦୀ ସାଜିବେ ପ୍ରକୃତି ମିଶ୍ର। ପରଦାରେ ଦ୍ରୌପଦୀଙ୍କ ଚରିତ୍ର ନେଇ ଆସୁଛନ୍ତି ପ୍ରକୃତି ମିଶ୍ର । ନିକଟରେ ପ୍ରକୃତି ନିଜ ବ୍ୟକ୍ତିଗତ କାରଣ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲେ। ତେବେ ଏହି ଚଳଚ୍ଚିତ୍ରର ଶୀର୍ଷକ ‘ଦ୍ରୌପଦୀ’ ଥିବା ବେଳେ ମୁଖ୍ୟ ଚରିତ୍ରରେ ପ୍ରକୃତି ମିଶ୍ର ଅଭିନୟ କରୁଛନ୍ତି । ଶୁକ୍ରବାର ମୁକ୍ତିଲାଭ କରିଛି ଏହାର ପ୍ରଥମ ପୋଷ୍ଟର । ତେବେ ଏହି ପୋଷ୍ଟରକୁ ପ୍ରକୃତି ମିଶ୍ର ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟର ସେୟାର କରିଛନ୍ତି ।

ତେବେ ଏହି ଚଳଚ୍ଚିତ୍ର ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି । ତାର୍ନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନନ୍ୟା ପଟ୍ଟନାୟକ । ପ୍ରଯୋଜନା ଦାୟିତ୍ୱରେ ସସ୍ମିତା ତିଆଡି ଓ ଆକାଶଦୀପ ସିଂହ ରହିଛନ୍ତି । ଏବଂ ଏହାର କ୍ୟାମେରା ପରିଚାଳନା କରୁଛନ୍ତି ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର କ୍ୟାମେରାମ୍ୟାନ୍ କୁହୁ ମଲ୍ଲ ।

ପ୍ରକୃତି ଏବେ ମୁମ୍ବାଇରେ ଏକ ହିନ୍ଦୀ ସିନେମା ସୁଟିଂରେ ବ୍ୟସ୍ତ ଥିବାବେଳେ ପୋଷ୍ଟରକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରକୃତି ଲେଖିଛନ୍ତି, ‘କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହେଇଯାଏ । କେବେ ନାରୀ କୋଉ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହେଇଛି। ଯୁଗ ବଦଳି ଗଲାଣି କିନ୍ତୁ ବଦଳିନି ସେଇ ନାରୀର କାହାଣୀ’ । ତେବେ ଏବେ ଖାଲି ଦେଖିବାକୁ ବାକି ରହିଲା କେବେ ପ୍ରକୃତିଙ୍କ ଅଭିନୀତ ଫିଲ୍ମ ଦ୍ରୌପଦୀ କେବେ ପରଦାକୁ ଆସୁଛି।

 

View this post on Instagram

 

A post shared by prakrutimishra (@prakrutimishra)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.