କ୍ରିକେଟର ସ୍ମୃତି ମନ୍ଧାନା ଏବଂ ମ୍ୟୁଜିକ କମ୍ପୋଜର ପଲାଶ ମୁଚାଲଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା । ଏବେ ଦୁହିଁଙ୍କ ବିବାହକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସ୍ମୃତି ଓ ପଲାଶଙ୍କ ବିବାହକୁ ନେଇ ଅନେକ ପ୍ରକାର ଗୁଜବ ଖବର ଘୁରି ବୁଲୁଛି । ଆଉ ଏସବୁ ପରେ ମୁହଁ ଖୋଲିଛନ୍ତି ପଲାଶ ମୁଚାଲଙ୍କ ମାଆ ଅମିତା ମୁଚାଲ ।
ଅମିତା କହିଛନ୍ତି, ଦୁହେଁ ଏବେ ବହୁତ ଚିନ୍ତାରେ ରହିଛନ୍ତି । ବିବାହ ସ୍ଥଗିତ ରଖିବାର ନିଷ୍ପତ୍ତି ପ୍ରଥମେ ପୁଅ ପଲାଶ ନେଇଥିଲା । ପଲାଶ ନିଷ୍ପତ୍ତିରେ ସ୍ମୃତି ସହମତି ଦେଖାଇଥିଲେ । ସ୍ମୃତିଙ୍କ ବାପା ଶ୍ରୀନିବାସଙ୍କ ସହିତ ପଲାଶ ବହୁତ ନିକଟତର । ପଲାଶ ତାଙ୍କ ଭାବି ଶ୍ବଶୁରଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ବିବାହ ପାଇଁ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମକୁ ଅଧାରୁ ଅଟକାଇ ଦେଇ ବିବାହକୁ ସ୍ଥଗିତ ରଖିବାକୁ କହିଥିଲା । ଆଉ କହିଥିଲା, ‘ଯେ ପର୍ଯ୍ୟନ୍ତ ଶ୍ବଶୁର ସୁସ୍ଥ ହୋଇ ନାହାନ୍ତି ସେ ବିବାହ କରିବ ନା ହିଁ।
ସେପଟେ ସ୍ମୃତିଙ୍କ ପିତାଙ୍କ ଅସୁସ୍ଥତା ପରେ ପଲାଶଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା । କାମ ଚାପ ହେତୁ ଭାଇରାଲ୍ ସଂକ୍ରମଣ ଏବଂ ଏସିଡିଟି ଯୋଗୁଁ ତାକୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ପଲାଶ ବର୍ତ୍ତମାନ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବା ପରେ ଘରୁ ଫେରଛନ୍ତି । ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ଅଯଥା ଗୁଜବ ପ୍ରଚାର କରନ୍ତୁ ନାହିଁ । ଶ୍ରୀନିବାସ ଓ ପଲାଶ ସୁସ୍ଥ ହେଲେ, ଯଥାଶୀଘ୍ର ବିବାହ ହେବ ।’
ତେବେ ପଲାଶଙ୍କ ମା’ଙ୍କ କଥାରେ କିଛି ଫ୍ୟାନ୍ସ ଗ୍ରହଣ କରିଥିବା ବେଳେ ଅନ୍ୟ କେତେ ଜଣ ଗ୍ରହଣ କରିନାହାନ୍ତି । ଦୁହିଁଙ୍କ ବିବାହ ଘୁଞ୍ଚିବାକୁ ନେଇ ପ୍ରଶ୍ନ ଉଠୁଛି ।
Also Read : ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ସ୍ମୃତି ମନ୍ଧାନ ଏବଂ ପଲାଶ ମୁଚାଲଙ୍କ ବିବାହ, ସୋସିଆଲ ମିଡିଆରୁ ଡିଲିଟ୍ କଲେ…