ଅନୁପ ଜଲୋଟାଙ୍କ ବୟାନ ଉପରେ ଏପରି ପ୍ରତିକ୍ରିୟା ରଖିଲେ ପାରସ୍ ଛାବଡା, କହିଲେ ମୋର ଆଉ ଜସଲିନ୍ଙ୍କ ମାମଲାରେ ମୁଣ୍ଡଖେଳାଇବା ଦରକାରନାହିଁ
ପାରସ୍ ଛାବଡା ବର୍ତ୍ତମାନ ନିଜର ଦୁଲହନ୍ ଖୋଜିବାରେ ବ୍ୟସ୍ତ ଅଛନ୍ତି । ମୁଝସେ ସାଦୀ କୋରାଗି ସୋ ଜରିଆରେ ସେ ନିଜର ପାର୍ଟନର ଖୋଜୁଛନ୍ତି । ବିଗ ବସ୍ ସିଜିନ୍ ୧୨ର ପୂର୍ବ ପ୍ରତିଯୋଗୀ ଜସଲିନ୍ ମଧ୍ୟ ମୁଝସେ ସାଦୀ କୋରାଗିି ସୋରେ ଆସିଛନ୍ତି । ସୋ ସମୟରେ ଜସଲିନ୍ ପାରସଙ୍କୁ ଇମ୍ପରେସ୍ କରିବା ପାଇଁ ଚେଷ୍ଟା କରୁଛନ୍ତି । ବିଗ ସୋରେ ଯାଇଥିବା ଜସଲିନ୍ଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଅନୁପ ଜଲୋଟା ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଜସଲିନ୍ ପାରସଙ୍କ ସ୍ୱୟଂବରରେ ଆସିବାକୁ ନେଇ ଅନୁପ ଜଲୋଟା ଅପତ୍ତି ଉଠାଇଛନ୍ତି । ଅନୁପ୍ କହିଛନ୍ତି କି ପାରସ୍ ତାଙ୍କ ପାଇଁ ଠିକ୍ ପାତ୍ର ନୁହେଁ । ଅନୁପଙ୍କ ଏହି ବୟାନ ଶୁଣି ଚୁପ୍ ରହିନାହାନ୍ତି ପାରସ୍ । ସେ ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।ପାରସ୍ ଏକ ୱେବସାଇଟକୁ କହିଛନ୍ତି କି- ମୁଁ ଜେସଲିନଙ୍କ ଅତିତ ବିଷୟରେ କିଛି ଜାଣିନି ଏବଂ ଅନୁପ ଜଲୋଟା ଜି ମୋ ନାଁରେ ଯାହା ବି କହୁଛନ୍ତି ସେ ତାଙ୍କ ବିଚାର । କହିବାକୁ ଗଲେ ଏହା ଜସଲିନଙ୍କ ନିଷ୍ପତି ଯେ ସେ ମୋତେ ବିବାହ କରିବାକୁ ଚାହୁଁଛନ୍ତି । ମୋତେ ଲାଗୁନ କି, ଏହି ମାମଲାରେ ତାଙ୍କର ହସ୍ତକ୍ଷପ କରିବା ନିହାତୀ ଜରୁରୀ ।