ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଏହି ଲୋକପ୍ରିୟ କଳାକାରଙ୍କ ସୁପୁତ୍ର, ପୂର୍ବରୁ ଖେଳୁଥିଲେ ଫୁଟବଲ

ଲୋକପ୍ରିୟ ଅଭିନେତା ପରେଶ ରାୱଲଙ୍କ ପୁଅ ଆଦିତ୍ୟ ରାୱଲ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆଦିତ୍ୟ zee5 ର ଅରଜିନାଲ ଫିଲ୍ମ ବମଫାଡରେ କାମ କରୁଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର ସାମ୍ନାକୁ ଆସିସାରିଛି। ସୂଚନା ମୁତାବକ ଏହି କାହାଣୀ ଇଲାହାବାଦ ଉପରେ ଆଧାରିତ। ଆଦିତ୍ୟଙ୍କ ବ୍ୟତୀତ ଫିଲ୍ମରେ ଗଲି ବୟ ଅଭିନେତା ବିଜୟ ବର୍ମା, ସେକ୍ରେଡ଼ ଗେମ୍ସ ଆକ୍ଟର ଜତିନ ସରନା ଏବଂ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ସାଲିନି ପାଣ୍ଡେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦେଶନା ରଞ୍ଜନ ଚଦେଲ ଦେଇଥିବା ବେଳେ ଅନୁରାଗ କଶ୍ୟପ ପ୍ରୋଜେକ୍ଟ କରିଛନ୍ତି।

addi

ଆଦିତ୍ୟ ନିଜର ଏହି ଯାତ୍ରା ବିଷୟରେ କହିଛନ୍ତି, ସ୍କୁଲ ସମୟରେ ମୋର କ୍ରିକେଟ ପ୍ରତି ଅଧିକ ଇଚ୍ଛାଶକ୍ତି ରହିଥିଲା କିନ୍ତୁ ମୁଁ ଫୁଟବଲ ଖେଳିବା ଆରମ୍ଭ କରିଥିଲି। ମୁମ୍ବାଇ ଏବଂ ମହାରାଷ୍ଟ୍ର ପାଇଁ ମୁଁ ଫୁଟବଲ ଖେଳିସାରିଛି। ଏଥିସହ ମୁଁ ମୁମ୍ବାଇ ୟୁନିଭରସିଟିର କ୍ୟାପଟେନ ହୋଇଥିଲେ ମଧ୍ୟ ମୋର ଇଛାଶକ୍ତି ଥିଏଟରରେ ରହିଯାଇଥିଲା। ଆଗକୁ ଆଦିତ୍ୟ ଏହା ମଧ୍ୟ କହିଛନ୍ତି, ମୋ ମା-ବାପା ଥିଏଟର ବ୍ୟାକଗ୍ରାଉଣ୍ଡର ଏବଂ ମୁଁ ସେମାନଙ୍କ ଅଭିନୟ ଅନେକ ଥର ଥିଏଟର୍ସରେ ଦେଖିଛି। ମୁଁ ନିଜେ ମଧ୍ୟ ସ୍କୁଲ ଏବଂ କଲେଜରେ ଡ୍ରାମା କରୁଥିଲି। ମୋ ବାପା ମା ମତେ ସବୁବେଳେ ସପୋର୍ଟ କରିଥାନ୍ତି। ବର୍ତ୍ତମାନ ମୁଁ ଏହି ପ୍ରଫେସନରେ ପାଦ ରଖିବାକୁ ନେଇ ବହୁତ ଖୁସି ଅଛି।

paresh

ରିପୋର୍ଟ ଅନୁଯାୟୀ ଆଦିତ୍ୟ ନ୍ୟୁୟର୍କରୁ ଫିଲ୍ମମେକିଂ କୋର୍ସ କରିସାରିଛନ୍ତି। ସେ ମୁମ୍ବାଇ ଫେରିବା ପରେ କାଷ୍ଟିଂ ଡ଼ାଇରେକ୍ଟର ତରୁଣ ବଜାଜ ତାଙ୍କୁ ବମଫାଡରେ ଅଡିସନ କରିବା ପାଇଁ କହିଥିଲେ। ଏହି ଫିଲ୍ମରେ ଆଦିତ୍ୟ ନସିର ଜମାଲଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯେଉଁଥିପାଇଁ ଏହି ଫିଲ୍ମରେ ଡେବ୍ୟୁକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି। ଆଦିତ୍ୟ କହିଛନ୍ତି, ମୁଁ ମୋ ସ୍କ୍ରିପ୍ଟ ପଢିବା ପରେ ମତେ ଏହି ରୋଲ ବହୁତ ଭଲ ଲାଗିଥିଲା। ମୁଁ ଯେଉଁ ଦୁନିଆରେ ବଡ ହୋଇଛି, ଏହା ତାଠାରୁ ଖୁବ ଅଲଗା। ଏହା ମୋ ପାଇଁ ଅତ୍ୟନ୍ତ ଖୁସିର କଥା କି ଏହି ଫିଲ୍ମରେ ରୋମାନ୍ସ ଠାରୁ ଆରମ୍ଭ କରି ଆକ୍ସନ ସବୁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.