ସାଇନା ନେହ୍ଵାଲଙ୍କ ବାୟୋପିକ୍‌ ‘ସାଇନା’ର ଟ୍ରେଲର ରିଲିଜ୍‌, ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଲେ ପରିଣୀତି ଚୋପ୍ରା; ନଜର ପକାନ୍ତୁ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଇନା’ର ଟ୍ରେଲର ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହେଉ ହେଉ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏଥିରେ ଲୋକଙ୍କର ପଜିଟିଭ୍‌ ରିଆକ୍ସନ୍‌ ବି ଦେଖିବାକୁ ମିଳିଛି। ଟ୍ରେଲରରେ ପରିଣୀତିଙ୍କ ଦମ୍‌ଦାର ଆକ୍ଟିଂକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ପ୍ରକାଶ ଯେ ବ୍ୟାଡ୍‌ମିଣ୍ଟନ୍‌ ଷ୍ଟାର ସାଇନା ନେହ୍ଵାଲଙ୍କର ଏହି ବାୟୋପିକ୍‌ରେ ପରିଣୀତି ଲିଡ୍‌ ରୋଲରେ ଅଭିନୟ କରୁଛନ୍ତି।

ଟ୍ରେଲରରେ ସାଇନାଙ୍କ ପିଲାବେଳ ଠାରୁ କ୍ୟାରିୟର ପର୍ଯ୍ୟନ୍ତ ପୂରା କାହାଣୀ ଦର୍ଶାଯାଇଛି। ଫିଲ୍ମର ଟ୍ରେଲର ଦେଖିବା ପରେ ନିହାତି ଭାବେ ଦର୍ଶକଙ୍କ ମନୋବଳ ଦୃଢ଼ ହେବ ବୋଲି କୁହାଯାଇପାରେ।

ଦେଖନ୍ତୁ ଫିଲ୍ମର ଟ୍ରେଲର:

Video Courtesy: T-Series

ଅମୋଲ ଗୁପ୍ତେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ସାଇନା’ରେ ପରିଣୀତି ଚୋପ୍ରା ସାଇନା ନେହ୍ଵାଲଙ୍କ ଲୁକ୍‌ରେ ପୂରାପୂରି ଫିଟ୍‌ ନଜର ଆସିଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଫିଲ୍ମର ଟିଜର ମଧ୍ୟ ରିଲିଜ୍‌ କରାଯାଇଥିଲା। ଲୋକମାନେ ଟିଜରକୁ ବି ଖୁବ୍‌ ପସନ୍ଦ କରିଥିଲେ।

Leave A Reply

Your email address will not be published.