ପରିଣୀତି ଚୋପ୍ରା ଦେଖାଇଲେ ନିଜର ଜୋତା କଲେକ୍ସନ, ଫ୍ୟାନ୍‌ଙ୍କ ସହ ସେୟାର କଲେ ଖାସ୍‌ ଫଟୋ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ସବୁବେଳେ ନିଜର ଲୁକ୍ସ ଏବଂ ଫ୍ୟାଶନ ସେନ୍ସ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜର ଜୋତା କଲେକ୍ସନ ଦେଖାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ତାଙ୍କର ବହୁତ ବଡ଼ ଜୋତା କଲେକ୍ସନ ଦେଖିବାକୁ ମିଳୁଛି।

ଏହି ଫଟୋ ସହିତ ପରିଣୀତି କ୍ୟାପସନ ଲେଖିଛନ୍ତି କି, ‘ବାସ୍‌, ୫ ମିନିଟ୍‌ରେ ପ୍ରସ୍ତୁତ’। ଅଭିନେତ୍ରୀଙ୍କ ଏହି ଫଟୋରେ ଅନେକ ସେଲିବ୍ରିଟି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ପରିଣୀତି ଆଉ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ସୋଫା ପାଖରେ ଛିଡ଼ା ହୋଇଥିବାର ନଜର ଆସୁଛନ୍ତି। ତାଙ୍କର ଏହି ଲୁକ୍ସରେ ଫ୍ୟାନମାନେ ଜବରଦସ୍ତ ରିଆକ୍ସନ ଦେଉଛନ୍ତି।

ପରିଣୀତିଙ୍କୁ ଜୋତାର କଲେକ୍ସନ ରଖିବା ବହୁତ ପସନ୍ଦ। ସେ ଏକ ଇଣ୍ଟରଭ୍ୟୁରେ ଏହି କଥା କହିଥିଲେ। ପରିଣୀତି ପାଖାପାଖି ସବୁ ବ୍ରାଣ୍ଡର ଜୋତା ବ୍ୟବହାର କରିଥାଆନ୍ତି। ତାଙ୍କୁ ବିଭିନ୍ନ ସମୟରେ ଅଲଗା ଅଲଗା ଜୋତାରେ ସ୍ପଟ୍‌ କରାଯାଇଥାଏ। କହି ରଖୁଛୁ, ପରିଣୀତି ଚୋପ୍ରା ଖୁବ୍‌ଶୀଘ୍ର ରଣବୀର କପୁରଙ୍କ ସହିତ ଫିଲ୍ମ ‘ଆନିମଲ୍‌’ରେ ନଜର ଆସିବେ।

Leave A Reply

Your email address will not be published.