ହାତରେ ହାତ ଛନ୍ଦି ପବନଦ୍ୱୀପ ଓ ଅରୁଣିତା ଲଣ୍ଡନରେ ବୁଲିବାର ଆସିଲେ ନଜର

ଇଣ୍ଡିଆନ ଆଇଡଲ ୧୨ର ବିଜେତା ପବନଦ୍ୱୀପ ରାଜନ ଓ ଶୋର ପ୍ରତିଯୋଗୀ ଅରୁଣିତା କାଞ୍ଜିଲାଲଙ୍କ ମଧ୍ୟରେ କେବଳ ବନ୍ଧୁତା ନା ଆଉ କିଛି । ଏକଥା ଆମେ କହୁନୁ ସୋସିଆଲ ମିଡିଆରେ ହେଉଥିବା ଭିଡିଓ କହୁଛି । କାରଣ ଦୁହେଁ ଏକା ସାଙ୍ଗରେ ହାତରେ ହାତ ଛନ୍ଦି ବୁଲିବାର ନଜର ଆସିଛନ୍ତି । ଏହି ଭିଡିଓ ଫ୍ୟାନକ୍ଲବ ଆକାଉଣ୍ଟରୁ ସେୟାର କରାଯାଇଛି । ଯେଉଁଥିରେ ଦୁହେଁ ଲଣ୍ଡନରେ ଥିବା ଦେଖିବାକୁ ମିଲିଛି । ଭିଡିଓଟି ମାତ୍ର କିଛି ସେକେଣ୍ଡର । ଏହା ଭିତରେ ଅରୁଣିତା ଅତ୍ୟନ୍ତ ଖୁସି ଜଣାପଡୁଛନ୍ତି ।

ପବନଦ୍ୱୀପ ଓ ଅରୁଣିତାଙ୍କ ସହ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯିଏ ତାଙ୍କ କାନ୍ଧରେ ଏକ ବାଦ୍ୟଯନ୍ତ୍ର ଧରିଛନ୍ତି । ପବନଦ୍ୱୀପ ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି । ସେଠାରେ ଜଣେ କ୍ୟାମେରା ପର୍ସନ ମଧ୍ୟ ରହିଛନ୍ତି ।

କହିରଖୁଛୁ ଫ୍ୟାନ୍ସ ଏହି ଯୋଡିକୁ ଖୁବ ଭଲପାଇବା ସହ ଏମାନଙ୍କୁ ପରଫେକ୍ଟ ଯୋଡି ବି କହିଥାନ୍ତି । ଭାଇରାଲ ହେଉଥିବା ଦୁହିଙ୍କର ଏହି ଭିଡିଓ ଆଉ ଏକ ଭିଡିଓର ଅଂଶ ବୋଲି ଜଣାପଡିଛି । ନିକଟରେ ପବନଦ୍ୱୀପଙ୍କ ଗୀତ ୟାଦ୍‌ ରିଲିଜ ହୋଇଛି । ଏବଂ ଏହି ଗୀତରେ ଉଭୟ ପବନ ଓ ଅରୁଣିତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ଫ୍ୟାନ୍ସ ତାଙ୍କୁ ଏକାଠି ରହିବାକୁ କହିଥିବା ବେଳେ ଅରୁଦ୍ୱୀପ ବୋଲି ସମ୍ବୋଧନ କରୁଛନ୍ତି ।

ଗତବର୍ଷ ଇଣ୍ଡିଆନ ଆଇଡଲ ୧୨ରେ ଉଭୟଙ୍କୁ ପ୍ରାୟ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଏମିତିକି ପରେ ମଦ୍ୟ ଅନେକ ସ୍ଥାନରେ ଉଭୟଙ୍କୁ ଦେଖିବାକୁ ମିଳିଛି । ଏମିତି ବି ଚର୍ଚ୍ଚା ହେଲା କି ଦୁହେଁ ଦୁହ୍‌ଁଙ୍କୁ ଡେଟିଂ କରୁଛନ୍ତି କିନ୍ତୁ ଏମାନେ ଏଯାଏଁ ଉଭୟଙ୍କ ପକ୍ଷରୁ କିଛି ବି କହିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.