ମନୋରଂଜନ

ଅଙ୍ଗେନିଭା କଥା ବଖାଣିଲେ ପାୟଲ ଘୋଷ, କହିଲେ- ‘ସେଦିନ ଅନୁରାଗ ଆଡଲ୍ଟ ଫିଲ୍ମ ଲଗାଇ ନିଜ ଡ୍ରେସ୍‌ ଖୋଲି ପୂରା ଲଙ୍ଗଳା ହୋଇଗଲେ’

ବଲିଉଡ୍‌ରେ ପୁଣି ଉଠିଛି ମି’ଠୁ ଝଡ଼। ଏଥରକ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ଘୋଷ। ପାୟଲ ସୋସିଆଲ ମିଡିଆରେ ଅନୁରାଗଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ଏଥିସହ କଶ୍ୟପଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଛନ୍ତି। ପାୟଲଙ୍କ ଅଭିଯୋଗ ପରେ ଏବେ କଶ୍ୟପଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି। ତେବେ ଇତି ମଧ୍ୟରେ ପାୟଲ ନିଜ ଅଙ୍ଗେନିଭା କଥା ଶୁଣାଇଛନ୍ତି।

ପାୟଲ ୨୦୧୪ ମସିହାର ଘଟଣା ବିଷୟରେ ଖୁଳାସା କରିଛନ୍ତି। ସେ କହିଛନ୍ତି ୨୦୧୪ରେ ସେ ଅନୁରାଗ କଶ୍ୟପଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ସେଦିନ ବ୍ୟସ୍ତ ଥିବାରୁ ଦେଖା ହୋଇପାରିନଥିଲା। ଏଣୁ ସେ ଫେରି ଆସିଥିଲେ। ମାତ୍ର ସେଦିନ ରାତିରେ ଅନୁରାଗ ତାଙ୍କୁ କଲ କରିଥିଲେ ଓ ପରଦିନ ଦେଖା ହେବାକୁ ଡାକିଥିଲେ। ଅନୁରାଗ ତାଙ୍କୁ ସିମ୍ପଲ ଗେଟ୍‌ଅପ୍‌ରେ ଆସିବାକୁ କହିଥିଲେ। ହିରୋଇନ୍‌ ହେବାକୁ ଏହି ଗେଟ୍‌ଅପ୍‌ ଦରକାର ବୋଲି ଅନୁରାଗ କହିଥିଲେ। ଏହା ପର ଦିନ ସେ ଅନୁରାଗଙ୍କୁ ସାଲଓ୍ଵାର ସୁଟ୍‌ ପିନ୍ଧି ଭେଟିବାକୁ ଯାଇଥିଲେ। ସେଦିନ ଅନୁରାଗ ତାଙ୍କୁ ନିଜ ହାତରେ ରାନ୍ଧି ଖାଇବାକୁ ଦେଇଥିଲେ। ତାଙ୍କ ପ୍ଲେଟ୍‌ ବି ଉଠାଇଥିଲେ। ସେଦିନ ଅନୁରାଗ ତାଙ୍କୁ କିଛି ବି ଖରାପ ବ୍ୟବହାର କରିନଥିଲେ ବୋଲି କହିଛନ୍ତି ପାୟଲ। ପାୟଲ କହିଛନ୍ତି ‘ସେଦିନ ମୁଁ ସେଠାରୁ ଚାଲିଆସିଥିଲି। କିନ୍ତୁ ଅନୁରାଗ ପୁଣିଥରେ ମୋତେ ମେସେଜ୍‌ କରି ଆସିବାକୁ ଡାକିଥିଲେ। ମାତ୍ର ରାତି ହୋଇଯାଇଥିବାରୁ ମୁଁ ମନା କରିଥିଲି। ସେ ମୋ ସହ କିଏ ରହୁଛନ୍ତି ବୋଲି ପଚାରିଥିଲେ।

ପାୟଲ କହିଛନ୍ତି ‘ଦୁଇ ତିନି ପରେ ମୁଁ ପୁଣି କଶ୍ୟପଙ୍କୁ ଭେଟିବାକୁ ଯାଇଥିଲି। ସେଦିନ ହିଁ ଏହି ଘଟଣା ଘଟିଥିଲା। ଏଥରକ ସେ ମୋତେ ତାଙ୍କ ଘରକୁ ଡାକିଥିଲେ। ସେ ସେଠାରେ ସ୍ମୋକିଂ କରୁଥିଲେ। ମୁଁ ସୋଫାରେ ବସିଲି। ପରେ ସେ ମୋତେ ତାଙ୍କ ବେଡରୁମ୍‌ ଭିତରକୁ ନେଇଗଲେ। ସେଠାରେ ତାଙ୍କ ପତ୍ନୀ କଲ୍‌କୀଙ୍କ ଜୋତା ଥୁଆ ହୋଇଥିଲା। ଅନୁରାଗ ମୋତେ ଉକ୍ତ ଜୋତା ଦେଖାଇ କହିଲେ ‘ମୋ ପତ୍ନୀ ମୋ ଉପରେ ରାଗିକି ଆମେରିକା ଚାଲିଯାଇଛନ୍ତି’। ତା ପରେ ସେ କହିଲେ ଝିଅମାନେ ରଣବୀର କପୁରଙ୍କ ସହ କାମ କରିବାକୁ ତାଙ୍କ ସହ ବେଡ୍‌ ସେୟାର କରିବାକୁ ରାଜି ହେଉଛନ୍ତି। ଏହା ପରେ ସେ ଏକ ଆଡଲ୍ଟ ଫିଲ୍ମ ଦେଖିବା ଆରମ୍ଭ କରିଥିଲେ। ମୁଁ ଡରିଗଲି। ତା ପରେ ସେ ଅଚାନକ ନିଜର ସବୁ ଡ୍ରେସ ଖୋଲି ମୋ ସାମ୍ନାରେ ଲଙ୍ଗଳା ହୋଇ ଠିଆ ହୋଇଗଲେ ଓ ମୋତେ ଡ୍ରେସ ଖୋଲିବାକୁ କହିଲେ। ମୁଁ କହିଲି ‘ସାର ମୁଁ କମ୍ପଫଟେବଲ ଅନୁଭବ କରୁନାହିଁ’। ତା ପରେ ଅନୁରାଗ କହିଥିଲେ ମୁଁ ଯେଉଁମାନଙ୍କ ସହ କାମ କରିଛି ସେମାନେ ଗୋଟେ କଲରେ ମୋ ପାଖକୁ ଚାଲିଆସୁଛନ୍ତି। ସେତେବେଳେ ମୁଁ ମୋ ଦେହ ଭଲ ନାହିଁ ବାହାନା କରି ସେଠାରୁ ଚାଲିଆସିଥିଲି। ତା’ ପରେ ମୁଁ ଆଉ କେବେ ବି ତାଙ୍କୁ ଏକୁଟିଆ ଦେଖାହୋଇନାହିଁ’।

ଏହି ଘଟଣା ସମ୍ପର୍କରେ ମୁଁ ଘର ଲୋକଙ୍କୁ କହିବା ପରେ ସେମାନେ ମୋତେ ଚୁପ୍‌ ରହିବାକୁ କହିଥିଲେ। ନଚେତ୍‌ ମୋ ଜୀବନ ବିପଦରେ ପଡ଼ିଯାଇଥାନ୍ତା। ମୁଁ ଅନେକ ଦିନ ଚୁପ୍‌ ରହିବା ପରେ ଆଉ ସହିପାରିଲିନି। ଏଣୁ ଦୁନିଆ ସାମ୍ନାରେ ସବୁ ସତ କହିଦେଲି ବୋଲି କହିଛନ୍ତି ପାୟଲ ଘୋଷ।

WCW 11

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

7 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

23 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

56 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

58 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago