ଅନୁରାଗ କଶ୍ୟପଙ୍କ ଉପରେ ଯୈାନ ଉତ୍ପୀଡ଼ନ ମାମଲା ଆଣିଥିବା ପାୟଲ୍ ଘୋଷ କହିଲେ- ଯଦି ମୁଁ ଫାସୀରେ ଝୁଲିଥିବା ଜଣାପଡ଼େ ତାହାଲେ …

ବିବାଦର ପିଛା ଛାଡୁନି ବଲିଉଡ୍କୁ । ଅଭିନେତା ସୁଶାନ୍ତ ସିଂହ ଓ ଦିଶାଙ୍କ ମୃତ୍ୟୁ ମାମଲା ଥମି ନଥିବା ବେଳେ ବଲିଉଡରେ ଡ୍ରଗ୍ସ କାରବାର ନେଇ ସେଲିବ୍ରେଟିଙ୍କ ଉପରେ ଏବେ ଖଣ୍ଡା ଝୁଲୁଛି । ଏହି ସମୟରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୈାନ ଉତ୍ପୀଡନ୍ ବିବାଦ ଆଣିଛନ୍ତି ଅଭିନେତ୍ରୀ ପାୟଲ୍ ଘୋଷ । ଅନୁରାଗ କଶ୍ୟପ ତାଙ୍କ ଉପରେ ଯୈାନ ଉତ୍ପୀଡନ କରିଥିବା ନେଇ ବର୍ସୋବା ଥାନାରେ ମାମଲା ମଧ୍ୟ କରିଛନ୍ତି ପାୟଲ୍ ।
ଏଥିସହିତ ପାୟଲ୍ ଭବିଷ୍ୟତରେ ତାଙ୍କ ସହ କିଛି ଅଘଟଣ ହେବା ନେଇ ଆଶଙ୍କା କରି ଏକ ଟ୍ଵିଟରରେ ମଧ୍ୟ ତାହାର ଉଲ୍ଲେଖ କରିଛନ୍ତି । ପାୟଲ୍ ତାଙ୍କ ଟ୍ଵିଟରରେ ଲେଖିଛନ୍ତି ‘ ଯଦି ସେ ଭବିଷ୍ୟତରେ ମୃତ ମିଳନ୍ତି ତେବେ ସେ ଆତ୍ମହତ୍ୟା କରିନଥିବେ ।’ ସେ ତାଙ୍କ ଟ୍ଵିଟରରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ‘ ଅନୁରାଗ କଶ୍ୟପଙ୍କ ବିରୋଧରେ ଏକ ଜଣାଶୁଣା ପୋର୍ଟାଲରେ ମୁଁ ସାକ୍ଷାତକାର ଦେଇଥିଲି ।ପରେ ଜାଣିବାକୁ ପାଇଲି ଯେ ଏହି ପୋର୍ଟାଲ କଶ୍ୟପଙ୍କ ଠାରୁ ଅନୁମତି ନେଇଥିଲେ । ତେଣୁ ଭାରତ, ଯଦି ମୁଁ ଫାଶିରେ ଝୁଲୁଥିବା ଦେଖିବାକୁ ମିଳେ ତେବେ ମନେ ରଖନ୍ତୁ ଯେ ମୁଁ କେବେ ଆତ୍ମହତ୍ୟା କରିନଥିବି । ’
I have given an interview regarding the entire episode on Mr. Kashyap to a renowned portal and the next thing I get to know that they are seeking permission from Mr. Kashyap himself. India, if I am found hanging from the ceiling, remember this. I didn’t commit suicide. #MeToo
— Payal Ghosh (@iampayalghosh) September 23, 2020
ଅନୁରାଗଙ୍କ ବିରୋଧରେ ଆଇପିସି ଦଫା ୩୭୬,୩୫୪,୩୪୧,୩୪୨ରେ ଅଭିଯୋଗ ଦାଖଲ ହୋଇଛି । ପାୟଲ ଅଭିଯୋଗ କରିଛନ୍ତି ଯେ ‘ଅନୁରାଗ ତାଙ୍କ ସହ ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ । ଅନୁରାଗ ତାଙ୍କ ଆଗରେ ଅସଂଯତ ଅବସ୍ଥାରେ ଠିଆ ହୋଇଯାଇଥିଲେ ।
କହିଥିଲେ, ରିଚା ଚଡ଼୍ଢ଼ା, ମାହି ଗିଲ୍ ଓ ହୁମା କ୍ୟୁରେସୀଙ୍କ ଭଳି ଅଭିନେତ୍ରୀ ମଧ୍ୟ ତାଙ୍କ ସହିତ ଯୈାନ ସମ୍ବନ୍ଧ ରଖିବାକୁ ରାଜି ହୋଇଯାଇଥିଲେ । ତେଣୁ ତୁମ ଠାରୁ ମଧ୍ୟ ସେପରି ଆଶା କରୁଛି ବୋଲି କହିଥିଲେ ।’ ତେବେ ଅନୁରାଗ ପାୟଲ୍ଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ପାୟଲ୍ ମଧ୍ୟ ଏହି ଘଟଣାର ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଖୁବ୍ ଶୀଘ୍ର ଅନୁରାଗଙ୍କୁ ଡାକିବ ବୋଲି ଜଣାପଡ଼ିିଛି ।