ମନୋରଂଜନ

ଅନୁରାଗ କଶ୍ୟପଙ୍କ ବିରୋଧରେ ଅଭିଯୋଗ କରିବାକୁ ରାତି ଅଧରେ ଥାନାରେ ପହଞ୍ଚିଲେ ପାୟଲ, କିନ୍ତୁ ଫେରିଲେ ନିରାଶ ହୋଇ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିବାକୁ ଯାଇ ନିରାଶ ହୋଇ ଫେରିଛନ୍ତି ଅଭିନେତ୍ରୀ ପାୟଲ ଘୋଷ। ସୋମବାର ବିଳମ୍ବିତ ରାତିରେ ପାୟଲ ମୁମ୍ବାଇର ଓଶିବାରା ଥାନାରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପୋଲିସ ଅଧିକାରୀ ଉପସ୍ଥିତ ନଥିଲେ। ଏଣୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ପାୟଲ ନିରାଶ ହୋଇ ଫେରିଥିବା ଜଣାଯାଇଛି। ତେବେ ଆଜି ପୁଣିଥରେ ସେ ମାମଲା ରୁଜୁ କରିବାକୁ ଯିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ପାୟଲ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ହୋଇଥିବା ନେଇ ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ। ପାୟଏ କହିଥିଲେ ୨୦୧୪ରେ ସେ ଅନୁରାଗ କଶ୍ୟପଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ସେଦିନ ବ୍ୟସ୍ତ ଥିବାରୁ ଦେଖା ହୋଇପାରିନଥିଲା। ଏଣୁ ସେ ଫେରି ଆସିଥିଲେ। ମାତ୍ର ସେଦିନ ରାତିରେ ଅନୁରାଗ ତାଙ୍କୁ କଲ କରିଥିଲେ ଓ ପରଦିନ ଦେଖା ହେବାକୁ ଡାକିଥିଲେ। ଅନୁରାଗ ତାଙ୍କୁ ସିମ୍ପଲ ଗେଟ୍‌ଅପ୍‌ରେ ଆସିବାକୁ କହିଥିଲେ। ଏହା ପର ଦିନ ସେ ଅନୁରାଗଙ୍କୁ ସାଲଓ୍ଵାର ସୁଟ୍‌ ପିନ୍ଧି ଭେଟିବାକୁ ଯାଇଥିଲେ। ସେଦିନ ଅନୁରାଗ ତାଙ୍କୁ ନିଜ ହାତରେ ରାନ୍ଧି ଖାଇବାକୁ ଦେଇଥିଲେ। ତାଙ୍କ ପ୍ଲେଟ୍‌ ବି ଉଠାଇଥିଲେ। ସେଦିନ ଅନୁରାଗ ତାଙ୍କୁ କିଛି ବି ଖରାପ ବ୍ୟବହାର କରିନଥିଲେ ବୋଲି କହିଛନ୍ତି ପାୟଲ। ପାୟଲ କହିଛନ୍ତି ‘ସେଦିନ ମୁଁ ସେଠାରୁ ଚାଲିଆସିଥିଲି। କିନ୍ତୁ ଅନୁରାଗ ପୁଣିଥରେ ମୋତେ ମେସେଜ୍‌ କରି ଆସିବାକୁ ଡାକିଥିଲେ। ମାତ୍ର ରାତି ହୋଇଯାଇଥିବାରୁ ମୁଁ ମନା କରିଥିଲି।

ପାୟଲ କହିଛନ୍ତି ‘ଦୁଇ ତିନି ପରେ ମୁଁ ପୁଣି କଶ୍ୟପଙ୍କୁ ଭେଟିବାକୁ ଯାଇଥିଲି। ସେଦିନ ହିଁ ଏହି ଘଟଣା ଘଟିଥିଲା। ଏଥରକ ସେ ମୋତେ ତାଙ୍କ ଘରକୁ ଡାକିଥିଲେ। ସେ ସେଠାରେ ସ୍ମୋକିଂ କରୁଥିଲେ। ମୁଁ ସୋଫାରେ ବସିଲି। ପରେ ସେ ମୋତେ ତାଙ୍କ ବେଡରୁମ୍‌ ଭିତରକୁ ନେଇଗଲେ। ସେଠାରେ ତାଙ୍କ ପତ୍ନୀ କଲ୍‌କୀଙ୍କ ଜୋତା ଥୁଆ ହୋଇଥିଲା। ଅନୁରାଗ ମୋତେ ଉକ୍ତ ଜୋତା ଦେଖାଇ କହିଲେ ‘ମୋ ପତ୍ନୀ ମୋ ଉପରେ ରାଗିକି ଆମେରିକା ଚାଲିଯାଇଛନ୍ତି’। ତା ପରେ ସେ କହିଲେ ଝିଅମାନେ ରଣବୀର କପୁରଙ୍କ ସହ କାମ କରିବାକୁ ତାଙ୍କ ସହ ବେଡ୍‌ ସେୟାର କରିବାକୁ ରାଜି ହେଉଛନ୍ତି। ଏହା ପରେ ସେ ଏକ ଆଡଲ୍ଟ ଫିଲ୍ମ ଦେଖିବା ଆରମ୍ଭ କରିଥିଲେ। ମୁଁ ଡରିଗଲି। ତା ପରେ ସେ ଅଚାନକ ନିଜର ସବୁ ଡ୍ରେସ ଖୋଲି ମୋ ସାମ୍ନାରେ ଲଙ୍ଗଳା ହୋଇ ଠିଆ ହୋଇଗଲେ ଓ ମୋତେ ଡ୍ରେସ ଖୋଲିବାକୁ କହିଲେ। ମୁଁ କହିଲି ‘ସାର ମୁଁ କମ୍ପଫଟେବଲ ଅନୁଭବ କରୁନାହିଁ’। ତା ପରେ ଅନୁରାଗ କହିଥିଲେ ମୁଁ ଯେଉଁମାନଙ୍କ ସହ କାମ କରିଛି ସେମାନେ ଗୋଟେ କଲରେ ମୋ ପାଖକୁ ଚାଲିଆସୁଛନ୍ତି। ସେତେବେଳେ ମୁଁ ମୋ ଦେହ ଭଲ ନାହିଁ ବାହାନା କରି ସେଠାରୁ ଚାଲିଆସିଥିଲି। ତା’ ପରେ ମୁଁ ଆଉ କେବେ ବି ତାଙ୍କୁ ଏକୁଟିଆ ଦେଖାହୋଇନାହିଁ’।

WCW 11

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

6 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

17 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

46 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago