ଦୀର୍ଘ ୧୨ ରିଲେଶନସିପରେ ରହିବା ପରେ ବିବାହ କରିବେ ସଂଗ୍ରାମ ଓ ପାୟଲ, ସଂଗ୍ରାମଙ୍କ ଜନ୍ମଦିନରେ ହେବ ବିବାହ

ଦୀର୍ଘ ୧୨ର ସମ୍ପର୍କ ପରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ପାୟଲ ରୋହତଗୀ। ପ୍ରେମିକା ସଂଗ୍ରାମ ସିଂଙ୍କୁ ଖୁବଶୀଘ୍ର ବହୁତ ସାଧାସିଧା ଢଙ୍ଗରେ ବିବାହ କରିବେ ପାୟଲ। ସଂଗ୍ରାମଙ୍କ ଜନ୍ମଦିନ ଅର୍ଥାତ୍‌ ଜୁଲାଇ ୨୧ ତାରିଖରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବ। ଏଥିପାଇଁ ଦୁହେଁ ପ୍ରିେଓ୍ଵଡିଂ ସୁଟ୍‌ ଆରମ୍ଭ କରିସାରିଲେଣି।

ରିପୋର୍ଟ ଅନୁସାରେ, ସଂଗ୍ରାମ ସିଂ ନିଜେ କହିଛନ୍ତି, ପ୍ରେମିକା ପାୟଲଙ୍କୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛି । ଏଥିପାଇଁ ମୁଁ ବହୁତ ଖୁସି ରହିଛ। ୧୨ ବର୍ଷର ସମ୍ପର୍କ ରଖିବା ପରେ ଏବେ ବିବାହ କରିବାର ସମୟ ଆସିଯାଇଛି। ଆମ ଦୁହିଁଙ୍କ ପରିବାର କେବେଠୁ ବିବାହ ପାଇଁ ଅନୁମତି ଦେଇଥିବା ବେଳେ କିନ୍ତୁ ଆମେ ବିବାହ କରିପାରୁନଥିଲୁ। ଏବେ କିନ୍ତୁ ଏହି ସମୟ ଆସିଯାଇଛି। ପାୟଲଙ୍କ ଭଳି ଝିଅ ମୋତେ ହୁଏତ କେବେ ମିଳିନଥାନ୍ତା।

ବିବାହ ବିଷୟରେ ସଂଗ୍ରାମ କହିଛନ୍ତି, ସେ ଅତି ସାଧାସିଧା ଢଙ୍ଗରେ ବିବାହ କରିବେ। ବିବାହ ମନ୍ଦିରରେ ହେବ। ଆର୍ଯ୍ୟ ସମାଜର ସମସ୍ତ ରୀତିନୀତି ପାଳନ କରି ବିବାହ ହେବ। ଗୁଜରାଟ କିମ୍ବା ହରିୟାନାରେ ବିବାହ ହୋଇପାରେ। ଏହାକୁ ନେଇ ବିଚାରବିର୍ମଶ ଚାଲିଛି।

ସୂଚନାଯୋଗ୍ୟ, ଦୀର୍ଘ ୧୨ ହେଲାଣି ସଂଗ୍ରାମ ଏବଂ ପାୟଲ ରିଲେସନସିପରେ ରହିଛନ୍ତି। ଦୁହିଁଙ୍କ ସାକ୍ଷାତ ରିଆଲିଟି ଶୋ ‘ସର୍ଭାଇଭର’ରେ ହୋଇଥିଲା। ଲକ୍‌ଅପ୍‌ ଶୋରେ ସଂଗ୍ରାମଙ୍କ ବିବାହ ପାଇଁ ପାୟଲଙ୍କୁ ପ୍ରପୋଜ ମଧ୍ୟ କରିଥିଲେ। ଶୋ ସରିବା ପରେ ବିବାହ କରିବେ ବୋଲି ପାୟଲ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.