ଆଗ୍ରାର ହାଇୱେରେ ହୋଇଥିଲା ପ୍ରଥମ ଦେଖା, ଏବେ ଦୁହେଁ ଆଗ୍ରାରେ ବିବାହ କରିବାକୁ ନେଲେ ନିଷ୍ପତ୍ତି

ଅଭିନେତ୍ରୀ ପାୟଲ ରୋହତଗୀ ଏବଂ ସଂଗ୍ରାମ ସିଂ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ପଦୀର୍ଗଦିନର ବନ୍ଧୁ ତଥା ପ୍ରେମିକ ସଂଗ୍ରାମଙ୍କୁ ବିବାହ କରିବେ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ମଧ୍ୟଚାଲିଛି। ‘ଲକ୍ଅପ୍’ ଶୋ’ରୁ ବାହାରିବା ପରେ ସଂଗ୍ରାମ ଏବଂ ପାୟଲ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଘୋଷଣା କରିଥିଲେ। ଉଭୟ ପରସ୍ପରକୁ ୧୨ ବର୍ଷ ଧରି ଡେଟ୍ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ପୂର୍ବରୁ ସେମାନେ ୨୧ ଜୁଲାଇରେ ସଂଗ୍ରାମଙ୍କ ଜନ୍ମଦିନରେ ବିବାହ କରିବେ ବୋଲି ଖବର ମିଳିଥିଲା କିନ୍ତୁ ବର୍ତ୍ତମାନ ଏହି କପଲ ୯ ଜୁଲାଇରେ ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି । ବର୍ତ୍ତମାନ ସଂଗ୍ରାମ ବିବାହ ପାଇଁ ଆଗ୍ରାକୁ ବାଛିଛନ୍ତି।

ଆଗ୍ରାର ମଥୁରା ରୋଡରେ ମୁଁ ପ୍ରଥମ ଥର ପାଇଁ ପାୟଲଙ୍କୁ ଭେଟିଥିଲି । ପାୟଲଙ୍କ କାର ଏହି ରାସ୍ତାରେ ଖରାପ ହୋଇଯାଇଥିଲା। ସେତେବେଳେ ସଂଗ୍ରାମ ପାୟଲ ବହୁତ ଟେନସନରେ ଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ନିଜ ଗାଡି ରୋକି ପାୟଲଙ୍କୁ ସାହାଯ୍ୟ ପାଇଁ ଯାଇଥିଲେ। ଏହି ସାକ୍ଷାତ ପରେ ଦୁହେଁ ପରସ୍ପରକୁ ନମ୍ବର ଦେଇଥିଲେ କିନ୍ତୁ କେବେ କଥା ହୋଇନଥିଲେ। କିନ୍ତୁ ୨୦୧୨ରେ ଏକ ରିଆଲିଟି ଶୋରେ ଦେଖା ହେବା ପରେ କଥା ହୋଇଥିଲେ। ଖାସ୍‌ ଏଥିପାଇଁ ଦୁହେଁ ଆଗ୍ରର ଜେପି ପ୍ୟାଲେସରେ ବିବାହ କରିବାକୁୁ ନିଷ୍ପତ୍ତି ନେଇଛନ୍ତି। ସେଠାରେ ମେହେନ୍ଦି, ହଲଦି, ସଂଗୀତ, ସମସ୍ତ ରୀତିନୀତି ୩ ଦିନ ଚାଲିବ। ଏହା ପରେ ଆମେ ଦିଲ୍ଲୀ ଏବଂ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ୍ ଦେବୁ।

ଆମେ ହିନ୍ଦୁ ରୀତିନୀତି ଅନୁଯାୟୀ ମୋର ବିବାହ କରିବୁ । ଯେଉଁଠାରେ କେବଳ ଘନିଷ୍ଠ ଲୋକ ସେଠାରେ ପରିବାର ସଦସ୍ୟ ରହିବେ ।ଏହି ବିବାହ ଏକ ସୁରକ୍ଷିତ ଅଞ୍ଚଳରେ ହେବ, କେବଳ କୋଡ୍ ସଦସ୍ୟଙ୍କୁ ବିବାହ ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

ସୂଚନାଯୋଗ୍ୟ, ଦୀର୍ଘ ୧୨ ହେଲାଣି ସଂଗ୍ରାମ ଏବଂ ପାୟଲ ରିଲେସନସିପରେ ରହିଛନ୍ତି। ଦୁହିଁଙ୍କ ସାକ୍ଷାତ ରିଆଲିଟି ଶୋ ‘ସର୍ଭାଇଭର’ରେ ହୋଇଥିଲା। ଲକ୍‌ଅପ୍‌ ଶୋରେ ସଂଗ୍ରାମଙ୍କ ବିବାହ ପାଇଁ ପାୟଲଙ୍କୁ ପ୍ରପୋଜ ମଧ୍ୟ କରିଥିଲେ। ଶୋ ସରିବା ପରେ ବିବାହ କରିବେ ବୋଲି ପାୟଲ କହିଥିଲେ।