ମନୋରଂଜନ

ସୁଶାନ୍ତଙ୍କ ପାଇଁ ସମବେଦନା କଣ ବଲିଉଡ୍ ଷ୍ଟାର୍‌ଙ୍କ କେବଳ ଅଭିନୟ?

ନିଜ ସରଳ ଓ ମନମୋହକ ହସ ସୁଶାନ୍ତ ସିଂହ ରାଜପୁତଙ୍କୁ ସମସ୍ତଙ୍କର ଅତିପ୍ରିୟ କରିଥିଲା । ସେ ଟେଲିଭିଜନ୍ ସିରିୟଲ ପବିତ୍ର ରିସ୍ତା ହେଉ କି ଧୋନୀଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ , ସବୁଥିରେ ତାଙ୍କର ଭଲ ପିଲାର ଭାବମୂର୍ତ୍ତି ତାଙ୍କୁ ସଫଳତା ଆଣିଦେଇଥିଲା । ସମସ୍ତଙ୍କର କହିବା କଥା ସୁଶାନ୍ତ ପ୍ରକୃତରେ ଜଣେ ଭଲ ପିଲା ଥିଲେ । ସେଥିଲାଗି ବୋଧହୁଏ ଗତକାଲି ତାଙ୍କର ମୃତ୍ୟୁ ପରେ ସବୁ ଷ୍ଟାରମାନେ ସୋସିଆଲ ମିଡିଆରେ ବେଶ୍ ଦୁଃଖ ପ୍ରକାଶ କଲେ । ହେଲେ ସେହି ବଲିଉଡ୍‌ର କିଛି ଅଭିନେତା ଓ ଅଭିନେତ୍ରୀ ଏସବୁକୁ ଭଲରେ ଗ୍ରହଣ କରି ନାହାନ୍ତି । ଏମିତିକି ସାଧରଣ ଲୋକେ ଯେଉଁମାନେ ସୁଶାନ୍ତଙ୍କ ମୃତ୍ୟୁରେ ଖୁବ୍ ମର୍ମହତ ହୋଇଛନ୍ତି ସେମାନଙ୍କ କହିବା କଥା ଏସବୁ ଖାଲି ଅଭିନୟ ଓ ତୁଚ୍ଛା ସମବେଦନା ।

ଗତକାଲି ଟ୍ଵିଟର୍‌ରେ ଏତେ ଦୁଃଖ ପ୍ରକାଶ କରୁଥିବା ଲୋକମାନେ ଆଜି କୁଆଡ଼େ ଗଲେ । ଯେତେବେଳେ ସୁଶାନ୍ତଙ୍କ ବାପା ଓ ପରିବାର ଲୋକେ ମୁମ୍ବାଇରେ ପହଞ୍ଚିଲେ କାହିଁ ଗୋଟିଏ ବି କେହି ଆସି ସାନ୍ତ୍ୱନା କି ସମବେଦନା ଜଣାଇଲେ ନାହିଁ?
ସେପଟେ ନିଜ ବିନ୍ଦାସ୍ କଥାବାର୍ତ୍ତା ପାଇଁ ଅନେକ ଶତ୍ରୁ ସୃଷ୍ଟି କରିଥିବା ନାୟିକା କଙ୍ଗନା ରାଣାଓ୍ଵତ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ବଲିଉଡ୍‌ର କିଛି ଲୋକଙ୍କ ପାଇଁ ସୁଶାନ୍ତ ଆତ୍ମହତ୍ୟା କଲେ ।

ସୁଶାନ୍ତଙ୍କ ଶେଷକୃତ୍ୟ ବେଳେ ଖୁବ୍ କମ୍ ବଲିଉଡ୍ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା । ଅବଶ୍ୟ ଶବ ସଂସ୍କାରକୁ ନେଇ କରୋନା ଜନିତ କଟକଣା ରହିଛି । ତଥାପି ଟ୍ଵିଟ୍‌ରେ ଏତେ କଥା ଲେଖୁଥିବା ଅଭିନେତା ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନେକ ଅନ୍ତତଃ ତାଙ୍କ ଘର, ହସପିଟାଲ କିମ୍ବା ଶ୍ମାଶନକୁ ଆସିବେ ବୋଲି ଆଶା କରାଯାଉଥିଲା । ତେଣୁ ସିନେପ୍ରେମୀମାନଙ୍କୁ ଏକଥା ଖୁବ୍ ବାଧିଛି ।

ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ଶ୍ରଦ୍ଧା କପୁର, ବିବେକ ଓବେରୟ, କୃତି ସାନନ୍ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା ଶ୍ମଶାନରେ । ଏମିତିକି କୁହାଯାଉଛି ଯେ ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଫୋନ୍ କରିଥିଲେ । ହେଲେ ସେ ଫୋନ୍ ଉଠାଇ ନଥିଲେ । ବୋଧହୁଏ ସେମାନଙ୍କ ଭିତରେ କିଛି ମନାନ୍ତର ହୋଇଥିଲା ।

ଏପଟେ ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ରିୟାଙ୍କୁ ପୋଲିସ୍ ପଚରା ଉଚରା କରିବ ବୋଲି ଜଣାପଡ଼ିଛି । ସେହିପରି ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ଟ୍ଵିଟରରେ ଏକ ମେସେଜ୍ ପଠାଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

 

 

KNews Bureau

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

5 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

18 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

21 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

41 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago