ପୁଣି ବିବାଦରେ ଫସିଲା ‘ଦ କପିଲ୍‌ ଶର୍ମା ଶୋ’, ଭାରତୀ ସିଂଙ୍କୁ ଶୋ’ରୁ ବିଦା କରିବା ପାଇଁ ଜୋର୍‌ ଧରିଲା ଦାବି

‘ଦ କପିଲ୍‌ ଶର୍ମା ଶୋ’ ଏବେ ପୁଣିଥରେ ବିବାଦରେ ଫସିଛି। ଗୋଟିଏ ପଟେ ଶୋ’କୁ ଭଲ ଟିଆର୍‌ପି ମିଳୁଥିବା ବେଳେ ଅନ୍ୟପଟେ କିଛି ନା କିଛି କାରଣକୁ ନେଇ ଏହା ବିବାଦରେ ରହୁଛି। ବର୍ଷ ସରି ସରି ଆସୁଥିବା ବେଳେ ଏହି ଶୋ’ ପୁଣି ଏକ ନକାରାତ୍ମକ କାରଣରୁ ବର୍ତ୍ତମାନ ଚର୍ଚ୍ଚାରେ ଅଛି।

କଥାଟି ହେଲା, ଶୋ’ରେ ନିଜ ଟ୍ୟାଲେଣ୍ଟ ଦ୍ୱାରା ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରୁଥିବା ଭାରତୀ ସିଂଙ୍କ ଉପରେ ଏକ ଗୁରୁତର ଅଭିଯୋଗ ଆସିଛି। ସେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ବିବାଦ ଉଠିଛି, ଯେଉଁ କାରଣରୁ ଏବେ ଭାରତୀଙ୍କୁ ଶୋ’ରୁ ବିଦା କରିବା ପାଇଁ ଦାବି କରାଯାଉଛି।

ba3

ଭାରତୀଙ୍କ ସହ ଅଭିନେତ୍ରୀ ରବୀନା ଟଣ୍ଡନ ଏବଂ କୋରିଓଗ୍ରାଫର ତଥା ଫିଲ୍ମ ନିର୍ଦ୍ଦେଶକ ଫରାହ ଖାନ୍‌ଙ୍କ ବିରୋଧରେ ପଞ୍ଜାବ ପୋଲିସ ମାମଲା ରୁଜୁ କରିଛି। କ୍ରିସ୍‌ମାସ ପୂର୍ବ ସନ୍ଧ୍ୟାରେ ପ୍ରସାରିତ ଶୋ’ରେ ଏହି ଅଭିନେତ୍ରୀମାନେ ଏକ ସମ୍ପ୍ରଦାୟର ଭାବନାକୁ ଠୋସ୍‌ ପହଞ୍ଚାଇଥିବା ନେଇ ଅଭିଯୋଗ ଉଠିଥିଲା। ଅଭିଯୋଗରେ ଦର୍ଶାଯାଇଥିଲା, ଭାରତୀ, ରବୀନା ଓ ଫରାହ ଇସାଇ ଲୋକଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ପହଞ୍ଚାଇଛନ୍ତି।

ba22

ପୋଲିସ ମାମଲା ରୁଜୁ କରିବା ପରେ ସୋସିଆଲ ମିଡିଆରେ ଭାରତୀଙ୍କୁ କପିଲ୍‌ ଶର୍ମା ଶୋ’ରୁ ବାହାର କରିବା ପାଇଁ ଦାବି ଜୋର୍‌ ଧରିଛି। ଏ ନେଇ ଏକ ପିଟିସନ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ପାଖାପାଖି ୭ ହଜାର ଲୋକଙ୍କର ଦସ୍ତଖତ ରହିଛି।

ba2

ଅନ୍ୟପକ୍ଷରେ ବିବାଦ ବଢ଼ୁଥିବାର ଦେଖି ଫରାହ ଖାନ୍‌ ଟୁଇଟ୍‌ କରି କହିଛନ୍ତି, ‘ମୁଁ ସବୁ ଧର୍ମକୁ ସମ୍ମାନ କରୁଛି ଏବଂ କୌଣସି ବି ଧର୍ମକୁ ଅନାଦାର କରିବା ମୋର ଉଦ୍ଦେଶ୍ୟ କେବେ ବି ନ ଥିଲା। ରବୀନା ଟଣ୍ଡନ, ଭାରତୀ ସିଂ ଏବଂ ପୂରା ଟିମ୍‌ ତରଫରୁ ଆମେ ଆପଣଙ୍କୁ କ୍ଷମା ପ୍ରାର୍ଥନା କରୁଛୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.