ମନୋରଂଜନ

ମାର୍କେଟ୍‌ ନେଉଛି ଓଡ଼ିଆ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶଙ୍କ ‘ଝୋଲାଛାପ୍‌’

ଭୁବନେଶ୍ୱର (କେନ୍ୟୁଜ୍‌) : ଜଣେ ଓଡ଼ିଆ ନିର୍ଦ୍ଦେଶକ ଓ ତାଙ୍କର େଓ୍ଵବ୍‌ ସିରିଜ୍‌କୁ ନେଇ ଏବେ ଚର୍ଚ୍ଚାରେ । ଏହାର ନାଁ ହେଉଛି ଝୋଲାଛାପ । ହିନ୍ଦୀରେ ନିର୍ମିତ ଏହି େଓ୍ଵବ ସିରିଜ୍‌ଟି ଗାଁ ଗହଳିରେ କେମିତି ଚାଲିଛି ସ୍ୱାସ୍ଥ୍ୟସେବା ତାକୁ ଦର୍ଶାଇଛି । କିଭଳି ଜଣେ ଯୁବ ଡାକ୍ତର ଗରିବ ଓ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅତି ଉତ୍ସାହର ସହ କାମ କରୁଥିବା ବେଳେ ତାଙ୍କ ସାମନାରେ ବାଧା ଆସୁଛି । ଝୋଲା ଛାପ ଅର୍ଥାତ ଗାଁ ଗାଁରେ ବୁଲି ଚେରମୂଳି ଦେଇ ଲୋକଙ୍କୁ ଭୁତାଉଥିବା କ୍ୱାକମାନେ କିଭଳି ଜଣେ ଡାକ୍ତରଙ୍କ ସାମନାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି, ଏହାକୁ ନେଇ ଏହି େଓ୍ଵବ ସିରିଜ୍‌ର କାହାଣୀ। ଯାହା ଜଣେ ଓଡ଼ିଆ ଡାକ୍ତର ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥିଲେ ।

ଏହି େଓ୍ଵ ସିରିଜ୍‌ର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ପୁଅ ଜ୍ୟୋତି ପ୍ରକାଶ । ଝୋଲାଛାପ ‘ଭୁଟ୍‌’ ପ୍ଲାଟଫର୍ମରେ ରିଲିଜ ହୋଇ ସାରିଛି । ଗ୍ରାମାଞ୍ଚଳର ଏହି ବାସ୍ତବ ଚିତ୍ର ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି । ଏଥିରେ ବଲିଉଡ୍‌ର ବରିଷ୍ଠ କଳାକାର ମୁସ୍ତାକ ଖାଁ ଏବଂ ମେହେକ ମନଓ୍ଵାନୀ ଲିଡ୍‌ ରୋଲ୍‌ରେ ଅଛନ୍ତି । ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଓଡ଼ିଆ କଳାକାର ଚିତ୍ତ ରଞ୍ଜନ ତ୍ରିପାଠୀ ।

ଝୋଲାଛାପ ଭୁଟ୍‌ରେ ରିଲିଜ ହୋଇ ବେଶ୍‌ ଲୋକପ୍ରିୟତା ପାଇଛି ବୋଲି ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ କହିଛନ୍ତି। ଏ ସମ୍ପର୍କରେ ସେ କେନ୍ୟୁଜ୍‌କୁ ସୂଚନା ଦେଇଛନ୍ତି ।

 

 

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

9 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

24 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

34 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

43 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

59 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago