୨୦୨୦ର ହଟେଷ୍ଟ ଭେଜିଟେରିୟାନ ହେଲେ ସୋନୁ ସୁଦ ଓ ଶ୍ରଦ୍ଧା କପୁର, PETA ଦ୍ୱାରା ହେଲେ ସମ୍ମାନିତ

ବର୍ଷ ୨୦୨୦ ଯେତେ ଯେତେ ସରି ସରି ଯାଉଛି ଆଉ ନୂଆ ବର୍ଷ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉତ୍ସାହ ସେତେ ବଢି ବଢି ଚାଲିଛି । ଏମିତିକି ବିଭିନ୍ନ ସଂସ୍ଥା “ଇୟର ଏଣ୍ଡର ଲିସ୍ଟ” ବି ଜାରି କରି ସାରିଲେଣି । ଏଇ ନିକଟରେ PETA ପକ୍ଷରୁ ବର୍ଷର ସବୁଠୁ ହଟେଷ୍ଟ ବେଜିଟେରିୟାନ ସେଲିବ୍ରିଟି ଯୋଡ଼ିଙ୍କ ନାମ ଘୋଷଣା କରାଯାଇଛି । PETA ପକ୍ଷରୁ ଏହି ସମ୍ମାନ ବଲିଉଡ ଅଭିନେତା ସୋନୁ ସୁଡ ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଦିଆଯାଇଥିବା ଜଣାଯାଇଛି । ଜଣାଇ ଦେବା ଉଚିତ ହେବକି, ଉଭୟ ଶ୍ରଦ୍ଧା ଓ ସୋନୁ ଉଭୟ ହେଉଛନ୍ତି ଶୁଦ୍ଧ ଶାକାହାରୀ । ଏହା ପୂର୍ବରୁ ବି ସୋନୁ ପେଟା ତରଫରୁ ଆୟୋଜିତ ହୋଇଥିବା ଏକ କ୍ୟାମ୍ପରେ ଯୋଗ ଦେଇ ଅନେକ ପ୍ରଶଂସା ସାଉଁଟି ଥିଲେ । ସୋନୁ ପେଟାର ପ୍ର ବେଜିଟେରିୟାନ ପ୍ରିଣ୍ଟ ଇଣ୍ଡିଆ କ୍ୟାମ୍ପେନରେ ସାମିଲ ହୋଇଥିଲେ । ଏମିତିରେ ସେ ନିଜେ ସଂପୂର୍ଣ ଶାକାହାରୀ ହେବା ସହ ଅନ୍ୟ ମାନଙ୍କୁ ବି ଆମିଷ ଛାଡିବା ପାଇଁ ଉତ୍ସାହିତ କରିଥାନ୍ତି । ଅନ୍ୟପକ୍ଷରେ ବଲିଉଡର ଅନ୍ୟତମ ଗ୍ଲାମର୍ସ ଅଭିନେତ୍ରୀ ଶ୍ରଦ୍ଧା କପୁର ବି ପୂର୍ଣ୍ଣ ରୂପରେ ଶାକାହାରୀ ପାଲଟି ଯାଇଛନ୍ତି ।

ପ୍ରକୃତରେ “କୁକ ବୁକ” ନାମକ ଏକ ବହି ପଢିବା ପରେ ହିଁ ଶ୍ରଦ୍ଧାଙ୍କ ମନ ବଦଳି ଯାଇଥିଲା ଆଉ ସେ ଆମିଷ ବର୍ଜନ କରିଥିଲେ । ଅଧିକାଂଶ ସମୟରେ ପଶୁ ପକ୍ଷୀଙ୍କୁ ନେଇ ବାର୍ତ୍ତା ଦେଉଥିବା ବି ନଜର ଆସନ୍ତି । ସଂସ୍ଥା ପକ୍ଷରୁ ଏଦୁହିଁଙ୍କୁ ନେଇ କୁହାଯାଇଛିକି, ଯେବେ ବି ଏଦୁହେଁ ପୃଥିବୀରେ କିପରି ପରିବର୍ତ୍ତନ ଅଣାଯାଇପାରିବ ତାହାକୁ ଦୃଷ୍ଟିରେ ରଖି ହିଁ ନିଜ ଖାଦ୍ୟାଭାସରେ ପରିବର୍ତ୍ତନ ଆଣିଛନ୍ତି । ତେଣୁ ହିଁ ସେମାନେ ସମ୍ମାନ ପାଇବା ଯୋଗ୍ୟ । କହିରଖିବା ଉଚିତ ହେବକି, ଏହା ପୂର୍ବରୁ ପିଏମ ମୋଦି, ଅମିତାଭ ବଚ୍ଚନ, ରେଖା, ଅନୁଷ୍କା ଶର୍ମା, ସୁନୀଲ ଛେତ୍ରୀ, କଙ୍ଗନା ରାଣାବତ, ସହିଦ କପୁର, କାର୍ତ୍ତିକ ଆର୍ଯ୍ୟନ, ବିଦ୍ୟୁତ ଜ୍ୱାମ୍ବାଲ, ମାନୁଷୀ ଚିଲ୍ଲାର ପ୍ରମୁଖ ପେଟା ଦ୍ୱରା ସମ୍ମାନିତ ହୋଇସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.