ଘରେ ଏକୁଟିଆ ୨ ବର୍ଷର କୁନି ଝିଅ ଆଉ ମା’ର ମୃତ୍ୟୁ . . . . ଲୋମ ଟାଙ୍କୁରୀ ଉଠିବ ଦେଖି ‘ପିହୁ’ର ଟ୍ରେଲର୍

କଣ ହେବ ଯେତେବେଳେ କୌଣସି ଫିଲ୍ମର ଟ୍ରେଲର୍ ଦେଖି ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ଆଜ୍ଞା ହଁ ଏମିତି ଏକ ଫିଲ୍ମର ଟ୍ରେଲର୍ କିଛି ଘଂଟା ତଳେ ରିଲିଜ୍ ହୋଇଛି । ଫିଲ୍ମର ନାଁ ହେଉଛି ପିହୁ । ଏହା ଏମିତି ଏକ କାହାଣୀ ଯାହାକୁ ଦେଖି ଆପଣ ନିଜ ଭାବପ୍ରବଣତାକୁ ଅଟକାଇପାରିବେନି । ବିନୋଦ୍ କାଡପିଙ୍କ ନିର୍ଦ୍ଦେଶନାରେ ନିର୍ମିତ ପିହୁ ରିଲିଜ୍ ହେବ ୧୬ ନଭେମ୍ବରରେ । କିନ୍ତୁ ଏହାର ଟ୍ରେଲର୍ ଏବେଠୁ ଟ୍ରେଣ୍ଡ୍ କରିବା ଆରମ୍ଭ ହୋଇସାରିଲାଣି ।

ଟ୍ରେଲର୍ ଆରମ୍ଭ ହେଉଛି ଏକ ୨ ବର୍ଷର କୁନି ଝିଅର କାହାଣୀରୁ ଯେତେବେଳେ ଝିଅଟି ଘରେ ଏକୁଟିଆ ଅଛି । ଆଉ ଖେଳରେ ଖେଳରେ ଫ୍ରିଜରେ ବନ୍ଦ ହୋଇଯାଉଛି । ଝିଅଟି ନିଜ ମୃତ ମା କୁ ଉଠାଇବାକୁ ଚେଷ୍ଟା କରୁଛି । ଘରେ ଏକୁଟିଆ ଥିବା ୨ ବର୍ଷର ଝିଅଟି କେତେବେଳେ ରୋଷେଇ ଘରକୁ ଯାଇ ଗ୍ୟାସ୍ ଜଳାଇଦେଉଛି ତ କେତେବେଳେ ମାଇକ୍ରୋୱେଭ୍ ଅନ୍ କରି ରୋଟି କରିବାକୁ ଚେଷ୍ଟା କରୁଛି ।

pihuହେଲେ ଟ୍ରେଲରର ଶେଷ ସିନ୍ ଆପଣଙ୍କ ଛାତି ଥରାଇଦେବ । ଏହି ସିନରେ ଏକ ବଡ଼ ଫ୍ଲାଟର ବାଲକୋନିରେ ଛିଡା ହୋଇଛି ପିହୁ । ହେଲେ ଆଗକୁ କଣ ହେଉଛି ଜାଣିବା ପାଇଁ ଫିଲ୍କ ରିଲିଜ୍ ଯାଏଁ ଅପେକ୍ଷା କରିବାକୁ ପଡିବ । ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ ବୋଲି ଶୁଣିବାକୁ ମିଳିଛି ।
ଦେଖନ୍ତୁ ଏହି ଟ୍ରେଲର୍