ମନୋରଂଜନ

ରଙ୍ଗ୍ ନମ୍ବର ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ ପିଣ୍ଟୁ ନନ୍ଦ

କେନ୍ୟୁଜ(ବ୍ୟୁରୋ) : ଅକାଳରେ ଅଫେରା ରାଇଜକୁ ଚାଲିଗଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ଗତକାଲି ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ପୁଣି ଓଡ଼ିଶା ସିନେ ଜଗତର ହୋଇଛି ଏକ ଅପୂରଣୀୟ କ୍ଷତି । କିଛି ମାସ ହେବ ଲିଭର ସିରୋସିସ୍ ଭଳି ଦୂରାରୋଗ୍ୟ ବ୍ୟାଧି ସହ ଲଢ଼ୁଥିବା ପିଣ୍ଟୁ। ମାସାଧିକାଳ ଧରି ଦିଲ୍ଲୀ ଓ ପରେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ଶେଷରେ ହାରି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା ।

ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ଦରକାର ବୋଲି ଡାକ୍ତର କହିଥିଲେ । ସେଥିଲାଗି ପୂରା ଓଲିଉଡ୍, ପିଣ୍ଟୁଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇଯାଇଥିଲେ । ତାଙ୍କ ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରାଯାଇ ସାହାଯ୍ୟ କରାଯାଇଥିଲା। ହେଲେ ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ପୂର୍ବରୁ ଆଜି ସେ ଜୀବନ ଯୁଦ୍ଧରେ ହାରିଗଲେ । ସମସ୍ତଙ୍କୁ ଛାଡି ପରପାରୀକୁ ଚାଲିଗଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ।

ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁର ଜିଲ୍ଲା ଓଡ଼ିଶ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଶୋକ କୁମାର ନନ୍ଦ ଓ ମାତା କାନ୍ତିଲତା ନନ୍ଦ। ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ। ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ ବଂଶୀବାଦକ। ପିଣ୍ଟୁ ଜଗତସିଂହପୁରର ଏସ୍. କେ ଏକାଡେମିରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପିଣ୍ଟୁଙ୍କର ଦୁଇ ପୁଅ ଅଛନ୍ତି ।

ଟେଲିଫିଲ୍ମରୁ ସେ ତାଙ୍କର କାରିଅର ଆରମ୍ଭ:

ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ରହିଆସିଥିଲେ । ପିଣ୍ଟୁ ନନ୍ଦଙ୍କୁ ଦର୍ଶକ କେତେବେଳେ ଖଳନାୟକ, କେତେବେଳେ ସହନାୟକ ତ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି। ସେଥିମଧ୍ୟରୁ ତାଙ୍କ ଅଭିନୀତ ଆଲବମ୍ ଏ ଗଉରା ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା। ସିନେ ପରଦାରେ ଆସି ସେ ଓଡ଼ିଆ ଦର୍ଶକଙ୍କୁ କେତେବେଳେ ହସାଇଛନ୍ତି, କେତେବେଳେ କନ୍ଦାଇଛନ୍ତି । ଜଣେ ଭଲ ଚରିତ୍ର ଅଭିନେତା ଭାବରେ ତାଙ୍କର ନାଁ ରହିଥିଲା।

ଟେଲିଫିଲ୍ମରୁ ସେ ତାଙ୍କର କାରିଅର ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରୁ ସେ ଛୋଟ ଛୋଟ ଭୂମିକାରେ ଅଭିନୟ କରୁଥିଲେ । ୧୮ ବର୍ଷ ବୟସରେ ୧୯୯୬ ମସିହାରେ ‘କୋଇଲି’ ଫିଲ୍ମରେ ସେ ପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି –‘ରଙ୍ଗ ନମ୍ବର(୨୦୨୨),ପ୍ରେମ ଋତୁ ଆସିଲାରେ(୨୦୦୬), ଦୋସ୍ତି(୨୦୧୧), ହାତ ଧରି ଚାଲୁଥା(୨୦୧୧) ଓ ରୁମ୍‌କୁ ଝୁମା(୨୦୧୩) ।

ରଙ୍ଗ୍ ନମ୍ବର ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର:

ପିଣ୍ଟୁ ନନ୍ଦ ବହୁ ଚଳଚ୍ଚିତ୍ର, ଆଲବମ୍‌ ଓ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଦୂରଦର୍ଶନରେ ପ୍ରସାରିତ ବ୍ୟାସକବି ଫକୀର ମୋହନଙ୍କ ଗଳ୍ପ ‘ରାଣ୍ଡି ପୁଅ ଅନନ୍ତା’ରେ ପିଣ୍ଟୁଙ୍କ ଅଭିନୟ ହଜାର ହଜାର ଦର୍ଶକଙ୍କୁ ଭାବବିହ୍ବଳିତ କରିଥିଲା। ପରେ ‘ରଙ୍ଗ୍ ନମ୍ବର’, ‘ବାହୁଡ଼ିବେ ମୋ ଜଗାବଳିଆ’ ପରି ୪୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ତେବେ ରଙ୍ଗ୍ ନମ୍ବର ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ।

ତାଙ୍କ ଅଭିନୟ ଜୀବନର ସବୁଠୁ ସ୍ମରଣୀୟ ଭୂମିକା ଥିଲା ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ବହୁଭାଷୀ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’। ଏହି ପୌରାଣିକ ଚଳଚ୍ଚିତ୍ରଟି ଓଡ଼ିଆ ସମେତ ବିବିଧ ଆଞ୍ଚଳିକ ଭାଷାରେ ସାରା ଭାରତରେ ମୁକ୍ତିଲାଭ କରି ବେଶ୍ ଦର୍ଶକାଦୃତ ହେଇଥିଲା। ଏଥିରେ ଶ୍ରୀତମ ଦାସ ଜଗନ୍ନାଥ, ଜ୍ୟୋତି ମିଶ୍ର ମହାଲକ୍ଷ୍ମୀ ଭୂମିକାରେ ଥିବାବେଳେ ବଳରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ ପିଣ୍ଟୁ ନନ୍ଦ। ଓଡ଼ିଆ ଆଲ୍‌ବମ୍ ‘ଏ ଗୌରା ଆଜିକାଲି କ’ଣ ଖାଉଚୁ’ରେ ଅଭିନୟ କରି ସେ ବହୁ ଦର୍ଶକଙ୍କୁ ମନୋରଂଜନ ଦେଇଥିଲେ। ଗତ କିଛିଦିନ ହେବ କିଛି ଚଳଚ୍ଚିତ୍ରରେ ବାପା ଚରିତ୍ର ପାଇଁ ପିଣ୍ଟୁ ନନ୍ଦଙ୍କୁ ଖୋଜା ପଡ଼ୁଥିଲା। ଏହା ବ୍ୟତୀତ ଅବସର ସମୟରେ ଅନାଥ ଲୋକମାନଙ୍କ ସେବା କରୁଥିଲେ।

ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ବୁଧବାର ରାତି ୧୧.୨୫ ମିନିଟରେ ହୋଇଛି ଦେହାନ୍ତ:

ବୟସ ବେଶି ହୋଇନଥିଲା ହେଲେ ଲିଭର ସୋରିଆସିସ୍ ଭଳି ଏକ ଗୁରୁତର ରୋଗ ତାଙ୍କୁ କବଳିତ କରିଥିଲା। ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସାରା ସିନେ ଜଗତ ପ୍ରାର୍ଥନା କରିଥିଲା । ହେଲେ ଶେଷରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ବୁଧବାର ରାତି ୧୧.୨୫ ମିନିଟରେ ଆର ପାରିକୁ ଚାଲିଯାଇଛନ୍ତି ସେ। ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଆଜି ହାଇଦ୍ରବାଦରୁ ଭୁବନେଶ୍ୱର ଅଣାଯିବ ମୃତଦେହ।

Sonalisa

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

11 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

24 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

24 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago