‘ସୁଇଧାଗା’ ପ୍ରମୋସନରେ ଓଡ଼ିଶା ପିପିଲି

ମୁମ୍ବାଇ : ଫିଲ୍ମର ପ୍ରମୋସନ କରିବା ପାଇଁ ବିଭିନ୍ନ ଅଭିନବ ଉପାୟ ଖୋଜୁଛନ୍ତି ନିର୍ଦ୍ଦେଶକ ଏବଂ କଳାକାର। ଏଥି ଅନ୍ତର୍ଗତ ଆଗକୁ ରିଲିଜ ଅପେକ୍ଷାରେ ଥିବା ସୁଇଧାଗା ଫିଲ୍ମ ଏହାର ଅଭିନବ ପ୍ରମୋସନ ଉପାୟ ଆରମ୍ଭ କରିଛି। ଫିଲ୍ମ ସୁଇଧାଗାର ପ୍ରମୋସନାଲ ଭିଡିଓରେ ସାମିଲ ହୋଇଛି ଓଡିଶାର ପିପିଲି ।

ଆଜ୍ଞା ହଁ ,ଫିଲ୍ମର ପ୍ରଯୋଜନା ସଂସ୍ଥା ସୋସିଆଲ ମିଡିଆରେ ଏକ ଭିଡିଓ ରିଲିଜ କରିଛି ଯେଉଁଥିରେ ପିପିଲିର ଚାନ୍ଦୁଆ ବିଷୟରେ କୁହାଯାଉଛି । ଯାହାକି ବିଶ୍ୱ ପ୍ରସିଦ୍ଧ । ଭିଡିଓରେ ଶାରଦା ମହାପାତ୍ରଙ୍କ କାହାଣୀ ରହିଛି । ଯିଏକି ଜଣେ ଫ୍ୟାସନ୍‌ ଡିଜାଇନର । ପିପିଲିର ହସ୍ତକଳାକୁ ସେ ଫ୍ୟାସନ୍‌ ଡିଜାଇନିଂରେ ବ୍ୟବହାର କରି ବିଶ୍ୱ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ବି ରୋଜଗାରର ପନ୍ଥା ଯୋଗାଇଛନ୍ତି । ଶାରଦା ହେଉଛନ୍ତି ଭାରତର ଜଣେ ହିରୋ । ଏଭଳି ପ୍ରେରଣାଦାୟକ କାହାଣୀ ଓ ଭିଡିଓ ମାଧ୍ୟମରେ ପ୍ରଯୋଜନା ସଂସ୍ଥା ସୁଇଧାଗାର ପ୍ରମୋସନ କରୁଛି ।