ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଗୁରୁବାର ସନ୍ଧ୍ୟାରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ କଙ୍ଗନା ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଲଗାତାର ଦେଶରେ ଘୃଣା ସୃଷ୍ଟି କରୁଥିବା ନେଇ ଅଭିଯୋଗ କରାଯାଇଛି।
ଅଭିଯୋଗକାରୀଙ୍କ ତରଫରୁ ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଛି ଯେ,କଙ୍ଗନାଙ୍କ ଟ୍ୱିଟ ଯୋଗୁ ଦେଶର ବାତାବରଣ ଖରାପ ହେଉଛି। ସେ ଦେଶରେ ଘୃଣା ସୃଷ୍ଟି କରିବା ସହ ଦେଶଦ୍ରୋହୀ ମନ୍ତବ୍ୟ ଦେଉଛନ୍ତି। ସେ ଟ୍ୱିଟ ମାଧ୍ୟମରେ ଦେଶକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆରେ ସେ ଏକ ଧର୍ମ ବିଶେଷକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏଣୁ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରିବାକୁ ପିଟିସନ ଦାଖଲ କରାଯାଇଛି।
Ha ha ha I am continuously taking about Akhand Bharat, inevitably fighting tukde gang everyday and I am accused of dividing the nation 😂
Wah!!! Kya baat hai, anyway twitter is not the only platform for me in one chutki thousands camera will appear for my single statement 🙂 https://t.co/0BgAEd7iKO— Kangana Ranaut (@KanganaTeam) December 3, 2020
ଏହି ଅଭିଯୋଗ ପରେ କଙ୍ଗନା ମାଇକ୍ରୋବ୍ଲଗିଙ୍ଗ ସାଇଟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, ଟ୍ୱିଟର ଏକମାତ୍ର ଏମିତି ମଞ୍ଚ ନୁହେଁ ଯେଉଁଠି ସେ ନିଜ ରାୟ ଦେଇପାରିବେ।
So tukde gang remember you will have to kill me to suppress my voice, and then I will speak through every Indian and that’s precisely my dream, whatever you do inevitably you will make me realise my dream and purpose and that’s why I respect my villains ❤️
— Kangana Ranaut (@KanganaTeam) December 3, 2020
କଙ୍ଗନା ଟ୍ୱିଟରରେ ଲେଖିଛନ୍ତି ଯେ “ମୁଁ ଲଗାତାର ଅଖଣ୍ଡ ଭାରତ ବିଷୟରେ କହୁଛି। ଛୋଟ ଛୋଟ ଗ୍ୟାଙ୍ଗ ସହ ସବୁବେଳେ ଲଢ଼ୁଛି। କିନ୍ତୁ ମୋ ଉପରେ ହିଁ ଦେଶକୁ ବିଭାଜନ କରୁଥିବା ନେଇ ଆରୋପ ଲାଗିଛି। ବାଃ! କି କଥା। ଛାଡ଼ ମୋ ପାଇଁ ଟ୍ୱିଟର ଏକମାତ୍ର ଏଭଳି ପ୍ଲାଟଫର୍ମ ନୁହେଁ।”