ପିଏମ୍ ମୋଦିଙ୍କ ବାୟୋପିକକୁ ମିଳିଲା ସେନସର ବୋର୍ଡରୁ ସବୁଜ ସଙ୍କେତ,ରିଲିଜ୍ ପାଇଁ ଏବେ ବାଟ ଖୋଲା

କେନ୍ଦ୍ରୀୟ ଫିଲ୍ମ ପ୍ରସାରଣ ବୋର୍ଡ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ର ରିଲିଜ୍ ପାଇଁ ରାସ୍ତା ସଫା କରିଦେଇଛନ୍ତି । ସେନସର ବୋର୍ଡ ଏହି ଫିଲ୍ମକୁ ସାର୍ଟିଫିକେଟ ଦେଇ ଦେଇଛନ୍ତି । ଯାହାଦ୍ବାରା ଏବେ ଏହା ୧୧ ଏପ୍ରିଲ୍ ଅର୍ଥାତ୍ ଆସନ୍ତାକାଲି ରିଲିଜ୍ ହୋଇପାରିବାରେ କୌଣସି ଅସୁବିଧା ନାହିଁ । ସିବିଏଫସି ସୂତ୍ର ମୁତାବକ ମଙ୍ଗଳବାର ଏହି ଫିଲ୍ମକୁ ‘U’ ସାର୍ଟିଫିକେଟ ମିଳିଛି ଯାହା ଏବେ ସୁନିଶ୍ଚିତ କରିବା ନିର୍ମାତାଙ୍କ ହାତରେ ଅଛି କି ସେମାନେ ପୂର୍ବ ନିର୍ଦ୍ଧାରିତ ତାରିଖରେ ରିଲିଜ୍ କରିବେ ନା ନାହିଁ ।
ସୂଚନା ମୁତାବକ ବୋର୍ଡ ଏହି ଫିଲ୍ମକୁ ଆଗକୁ ନେବା କିମ୍ବା ବନ୍ଦ କରିବା ନେଇ କୌଣସି ଅସାଧାରଣ ଚେଷ୍ଟା କରିନାହିଁ । ସିବିଏଫସି ତାହା କରିଛି ଯାହା ତାଙ୍କୁ କରିବା ଦରକାରଥିଲା । ସେ ଫିଲ୍ମକୁ ପ୍ରକ୍ରୀୟା ମୁତାବକ ସାର୍ଟିଫିକେଟ ଦେଇଛନ୍ତି । ନିର୍ଦ୍ଦେଶକ ଉମଙ୍ଗ କୁମାରଙ୍କ ଫିଲ୍ମରେ ବୋର୍ଡ କୌଣସି କଟ୍ କରିନାହାନ୍ତି । ନିର୍ଦ୍ଦେଶକ ଙ୍କୁ ଫିଲ୍ମ ରିଲିଜ୍ ପୂର୍ବରୁ ଫିଲ୍ମର କିଛି ସ୍ଥାନରେ ଚାରି ପାଞ୍ଚଟି ସଂଶୋଧନ କରିବା ପାଇଁ କୁହାଯାଇଥିଲା ।
ଏହି ଫିଲ୍ମ ଗତ କିଛି ଦିନ ହେବ ଚର୍ଚ୍ଚାର ପରିସରକୁ ଆସିଛି କାହିଁକି ନା ବିପକ୍ଷ ନିର୍ବାଚନକୁ ନଜରରେ ରଖି ଏହି ଫିଲ୍ମ ଉପରେ ରୋକ୍ ଲଗାଇବା ପାଇଁ ଦାବି ହୋଇଆସୁଥିଲା । କୁହାଯାଉଥିଲା କି ଏହି ଫିଲ୍ମରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଏବଂ ପାର୍ଟି ବିଷୟରେ ମତଦାତା ମାନଙ୍କୁ ଆକର୍ଷିତ କରାଯାଇଛି । ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଆଦର୍ଶ ସଂହିତା ଲାଗୁ ହୋଇଥିବାବେଳେ ଫିଲ୍ମ ଉପରେ ରୋକ୍ ଲଗାଇବା ପାଇଁ ଉଚ୍ଚତମ ନ୍ୟାୟାଳୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଆବେଦନ ପତ୍ର ଦାଖଲ କରିଥିଲେ ।
ମଙ୍ଗଳବାର ଦିନ ଏହା ଉପରେ ଶୁଣାଣି କରି ନ୍ୟାୟାଳୟ ଆବେଦନ ପତ୍ରକୁ ଖାରଜ କରିଦେଇଥିଲେ । ଉଚ୍ଚତମ ନ୍ୟାୟାଳୟ କହିଥିଲେ କି ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଦାବି ଆବେଦନ ଉପରେ ଶୁଣାଣି କରାଯାଇନାହଁ କାହିଁକି ନା ଆବେଦନ ପତ୍ର ଅପରିପକ୍ବ ଅଟେ । ଫିଲ୍ମକୁ ବର୍ତ୍ତମାନ ପର୍ଯ୍ୟନ୍ତ ସେନସର ବୋର୍ଡ ମଧ୍ୟ ପ୍ରମାଣ ପତ୍ର ଜାରି କରିନାହିଁ ।
ନ୍ୟାୟାଳୟ କରିଥିଲେ କି ଯଦି ୧୧ ଏପ୍ରିଲକୁ ଫିଲ୍ମ ରିଲିଜ୍ ହେବ ଯେପରି କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ତେବେ ଏହା ଉଚିତ୍ ହେବ କି ସେମାନେ ନିର୍ବାଚନ ଆୟୋଗ ପାଖକୁ ଯାଆନ୍ତୁ। ଏହି ନିଷ୍ପତ୍ତି ନିର୍ବାଚନ ଆୟୋଗ ନେବା ଉଚିତ୍ କି କଣ ଫିଲ୍ମଟି ଆଦର୍ଶ ଆଚାର ସଂହିତାର ଉଲ୍ଲଙ୍ଘନ କରୁଛି ନା ନାହିଁ । ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ,ଦିପକ ଗୁପ୍ତା ଏବଂ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ କରିଛନ୍ତି କି ‘ଅତଃ : ଆମେ ଏହି ଆବେଦନ ପତ୍ରକୁ ଶୁଣାଣି ଯୋଗ୍ୟ ମାନୁନାହୁଁ ‘।