ଟିଭି ଦୁନିଆର ଏହି ଜଣାଶୁଣା ଅଭିନେତ୍ରୀଙ୍କ ଘରେ ଚାଲିଥିଲା ଜବରଦସ୍ତ ପାର୍ଟି, ପୋଲିସକୁ ଜଣାଇଦେଲେ ଚୌକିଦାର, ତା’ ପରେ ହେଲା କ’ଣ…

ଲୋକପ୍ରିୟ ଟିଭି ସିରିଏଲ ‘ଛୋଟି ସରଦାରଣୀ’ରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ଅନିତା ରାଜ ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ଲକଡାଉନ ଉଲ୍ଲଂଘନ ନେଇ ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଲକଡାଉନ ଭିତରେ ଦୁହେଁ ନିଜ ଘରେ ପାର୍ଟିର ଆୟୋଜନ କରିଥିଲେ। ସେଥିରେ ସେମାନଙ୍କର କିଛି ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ। ତେବେ ଏ ନେଇ ତାଙ୍କ ଚୌକିଦାର ପୋଲିସକୁ ସୂଚନା ଦେଇ ଦେଇଥିଲେ।

ଅନ୍ୟପକ୍ଷରେ ଅନିତା ଓ ତାଙ୍କ ସ୍ୱାମୀ, ଚୌକିଦାର ମିଥ୍ୟା ଅଭିଯୋଗ କରିଥିବା ନେଇ ପୋଲିସ ନିକଟରେ ପାଲଟା ଅଭିଯୋଗ କରିଛନ୍ତି। ଏହି ମାମଲାରେ ସଫେଇ ଦେବାକୁ ଯାଇ ଅନିତା କହିଛନ୍ତି, ‘ମୋ ସ୍ୱାମୀ ଜଣେ ଡାକ୍ତର। ତାଙ୍କର ଜଣେ ସାଙ୍ଗ ମେଡିକାଲ ଏମରଜେନ୍ସି ପାଇଁ ଘରକୁ ଆସିଥିଲେ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ମାନବିକତା ହେତୁ ମୋ ସ୍ୱାମୀ ତାଙ୍କୁ ମନା କରିପାରି ନ ଥିଲେ। ପୋଲିସ ଭୁଲ ସୂଚନା ପାଇ ଘରକୁ ଆସିଥିଲା। ସ୍ଥିତି ଯାଞ୍ଚ କରିବା ପରେ ପୋଲିସ କ୍ଷମା ମଧ୍ୟ ମାଗିଥିଲା’।

ସେପଟେ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଲକଡାଉନ ପରେ ସୋସାଇଟିକୁ କୌଣସି ବାହାର ଲୋକ ଆସିବା ପାଇଁ ମନା ଥିଲା। ଏମିତିରେ ଅନିତାଙ୍କ ଘରକୁ ଅତିଥି କେମିତି ଆସିପାରିଲେ, ସେ ନେଇ ପଡ଼ୋଶୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.