‘ଦ କଶ୍ମୀର ଫାଇଲ୍ସ’ ଦେଖିବାକୁ ପୋଲିସ କର୍ମୀଙ୍କୁ ମିଳିବ ଛୁଟି, ଏହି ରାଜ୍ୟ ସରକାର କଲେ ଘୋଷଣା

ଏବେ ସାରା ଦେଶରେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଜୋର୍‌ ଧରି ଚର୍ଚ୍ଚା। କଶ୍ମୀର ପଣ୍ଡିତଙ୍କ ପଳାୟନ ଓ ହତ୍ୟା ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ସାରା ଦେଶରେ ଆଲୋଚନା ଚାଲିଥିବା ବେଳେ ଏବେ ମଧ୍ୟ ପ୍ରଦେଶ ସରକାରଙ୍କ ଗୃହମନ୍ତ୍ରୀ ଏକ ଅଭିନବ ଘୋଷଣା କରିଛନ୍ତି। ଗୃହମନ୍ତ୍ରୀ ଡିଜିପିଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ କହିବାନୁସାରେ, ଯେଉଁ ପୋଲିସ କର୍ମଚାରୀ ପରିବାର ସହ କିମ୍ବା ଏକୁଟିଆ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଦେଖିବାକୁ ଚାହୁଁଛନ୍ତି ତାଙ୍କୁ ଛୁଟି ଦିଆଯିବ।

ଗୃହମନ୍ତ୍ରୀ କହିଛନ୍ତି, ମଧ୍ୟ ପ୍ରଦେଶ ପୋଲିସର ଯବାନଙ୍କୁ ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖିବା ପାଇଁ ଛୁଟି ଦିଆଯିବ। ଏ ନେଇ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯେବେ ବି ପୋଲିସ କର୍ମଚାରୀ ନିଜ ସୁବିଧାରେ ଏହି ଫିଲ୍ମ ଦେଖିବାକୁ ଚାହିଁବେ, ତାଙ୍କୁ ଛୁଟି ଦିଆଯିବ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ପ୍ରଦେଶ ସରକାର ରାଜ୍ୟରେ ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ବା କର ମୁକ୍ତ ଘୋଷଣା କରିଛନ୍ତି।

ପ୍ରକାଶ ଯେ ଦ କଶ୍ମୀର ଫାଇଲ୍ସ ମାର୍ଚ୍ଚ ୧୧ ତାରିଖରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଛି। ଗୋଟେ ପଟେ ସାଉଥ୍‌ର ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ରାଧେଶ୍ୟାମ୍‌ ଥିବା ବେଳେ ଅନ୍ୟପଟେ ଅନୁପମ୍‌ ଖେର, ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ବଡ଼ କଳାକାରଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ମୁହାଁମୁହିଁ ହୋଇଛନ୍ତି। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶଙ୍କ ମୁତାବକ, ଦ କଶ୍ମୀର ଫାଇଲ୍ସ ପ୍ରଥମ ଦିନ ହିଁ ପାଖାାପାଖି ୩.୫୫ କୋଟି ଟଙ୍କା ରୋଜଗାର କରିଛି। ଶନିବାର ଏହା ୮.୫୦ କୋଟି କମାଇଛି। ଏହି ହିସାବରେ ଫିଲ୍ମର ରୋଜଗାର ଜବରଦସ୍ତ ହୋଇଛି।

Also Read: ମା’ ପାଇଁ ଆଣିପାରିଲେନି ଔଷଧ, ରୁଷ୍‌ ସେନାର ବିସ୍ଫୋରଣରେ ମଝି ରାସ୍ତାରେ ପ୍ରାଣ ହରାଇଲା ଝିଅ

Leave A Reply

Your email address will not be published.