ବିଜୟଙ୍କ ଶେଷ ଫିଲ୍ମ ଥାଲାପତି ୬୯ରେ ନଜର ଆସିବେ ପୂଜା ହେଗଡେ

ଅଭିନେତ୍ରୀ ପୁଜା ହେଗଡେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରଛନ୍ତି । ଚେନ୍ନାଇରେ ନିଜ ମୋଷ୍ଟ ଅପଡେଟ ଥଲପାତୀ ୬୯ ର ସୁଟିଙ୍ଗ ସମୟର ଏକ ଝଲକ ଦେଖାଇଥିଲେ । ଏହି ଫିଲ୍ମରେ ଅଭିନେତ୍ରୀଙ୍କ ସହ ଥାଲାପାତୀ ବିଜୟ ଲିଡ ରୋଲରେ ନଜର ଆସିବେ । ଆପଣମାନେ ଜାଣିଛନ୍ତି ବିଜୟ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ବିଦାୟ ନେଇ ସାରିଛନ୍ତି ।ଏହା ହେଉଛି ତାଙ୍କର ଶେଷ କମିଟମେଣ୍ଟକୁ ପୁରା କରିବେ । ଅଭିନେତା ବିଜୟ ୬୯ ତାଙ୍କର ଶେଷ ଫିଲ୍ମ ହେବ । ଯେଉଁଥିରେ ତାଙ୍କର ଶେଷ ହିରୋଇନ ପୁଜା ହେଗଡେ ହୋଇଛନ୍ତି ।

ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅଭିନେତା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଖୁସି ଜାହିର କରିଥିଲେ । ସେୟାର କରିଥିବା ଫୋଟରେ ଚେନ୍ନାଇ ମର୍ଣ୍ଣିଙ୍ଗସ ଡେ ୧୬ ଲେଖିଥିବା ଦେଖାଯାଇଥିଲା । ସେ କହିଥିଲେ ତାଙ୍କ ଦିନ ୬.୩୦ ରେ ଆରମ୍ଭ ହୋଇଥିଲା । ଥଲପାତି ୬୯ରେ ପୁଜା ହେଗଡେ ବିଜୟଙ୍କ ସହ ପ୍ରଥମ ଥର କାମ କରିବାକୁ ଯାଇଛନ୍ତି । ଥଲପାତୀ ଏବଂ ପୁଜାଙ୍କ ଆଗାମୀ ଫିଲ୍ମ ଏଚ ।

ବିନୋଦ ହ୍ବାରା ନିର୍ଦେଶିତ ଏବଂ କେବିଏନ ପ୍ରଡକସନର ବ୍ୟାନର କେ .ଭେଙ୍କଟଙ୍କ ଦ୍ବାରା ତିଆରି ହୋଇଛି । ବିଜୟଙ୍କ ରାଜନୀତିରେ ପ୍ରବେଶ ପରେ ଥାଲାପତି ୬୯ ଆହୁରି ଖାସ ହୋଇଯାଇଛି । ଏହି ଫିଲ୍ମରେ ବିଜୟ ଓ ପୁଜାଙ୍କ ସହିତ ଗୌତମ ବାସୁଦେବ ମେନନ, ପ୍ରକାଶ ରାଜ, ନାରାୟଣ, ପ୍ରିୟମଣି,ମମିତା ବାଇଜୁ, ମନିସା ବ୍ଲେସି ଭଳି ଅଭିନେତା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ ।

ଥଲପତି ୬୯ ଅକ୍ଟୋବର ୨୦୨୫ରେ ରିଲିଜ ହେବ । ଏହି ଫିଲ୍ମର ଶୁଭ ଆରମ୍ଭ ୪ ଅକ୍ଟୋବର ରେ ପାରମ୍ପାରିକ ପୁଜା ସମାରୋହ ସହିତ ହୋଇଥିଲା ।