ଆଉ ଜଣେ ଷ୍ଟାର କିଡ୍‌ଙ୍କ ବଲିଉଡ ଏଣ୍ଟ୍ରି, ସନି ଦେଓଲଙ୍କ ପୁଅ ସହିତ ଆସିବେ ନଜର

ବଲିଉଡରେ ଷ୍ଟାର କିଡ୍‌ଙ୍କ ଅଭାବ ନାହିଁ। ଏବେ ଏହି ତାଲିକାରେ ଆଉ ଜଣେ ଷ୍ଟାର କିଡ୍‌ଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପୁନମ୍ ଢିଲୋଁଙ୍କ ଝିଅ ପାଲୋମା ଠାକରିୟା ଢିଲୋଁ ଖୁବଶୀଘ୍ର ବଡ଼ ପରଦାରେ ନଜର ଆସିବେ । ସୁରଜ ବଡ଼ଜାତ୍ୟାଙ୍କ ଅପ୍କମିଙ୍ଗ ଫିଲ୍ମରେ ପରଦାକୁ ଓହ୍ଲାଇବେ ପାଲୋମା।

ରାଜଶ୍ରୀ ପ୍ରଡକ୍ସନ୍ ଅଧୀନରେ ଫିଲ୍ମଟି ନିର୍ମିତ ହେବ। ଫିଲ୍ମଟି ଏକ ଆଧୁନିକ ପ୍ରେମ କାହାଣୀ ଉପରେ ଆଧାରିତ ରହିବ। ଏଥିରେ ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ମଧ୍ୟ ବଲିଉଡରେ ଏଣ୍ଟ୍ରି କରିବେ। ଆଉ ଦୁହିଁଙ୍କ ଏଣ୍ଟ୍ରି ନେଇ ବଲିଉଡର ସବୁ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି।

ଫିଲ୍ମରେ ପାଲୋମାଙ୍କୁ କାଷ୍ଟ କରାଯିବା ନେଇ ରାଜଶ୍ରୀ ପ୍ରଡକ୍ସନ୍ ନିଜ ଟ୍ୱିଟର ପେଜରେ ଘୋଷଣା କରିଛି । ‘ରାଜଶ୍ରୀର ଅପ୍କମିଙ୍ଗ ପ୍ରୋଜେକ୍ଟରେ ରାଜବୀର ଦେଓଲଙ୍କ ଅପୋଜିଟ୍ରେ ପାଲୋମାଙ୍କୁ କାଷ୍ଟ୍ କରି ପ୍ରଡକ୍ସନ୍ ହାଉସ୍ ଗର୍ବିତ ବୋଲି କୁହାଯାଇଛି। ସୁରଜ ବଡ଼ଜାତ୍ୟାଙ୍କ ପୁଅ ଅବନିଶ ବଡ଼ଜାତ୍ୟା ଏହାର ନିର୍ଦ୍ଦେଶନା ଦେବେ।

 

View this post on Instagram

 

A post shared by PoonamDhillon (@poonam_dhillon_)

ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିବା ପାଲୋମା ନିଜ ଦୈନନ୍ଦିନ ଜୀବନଶୈଳୀର ଫଟୋ ଓ ଭିଡିଓ ନିୟମିତ ଫ୍ୟାନଙ୍କୁ ସହ ସେୟାର କରନ୍ତି । ଯୋଗକୁ ଭଲପାଉଥିବା ଏହି ସୁନ୍ଦରୀଙ୍କର ଅନେକ ଯୋଗ ଭିଡିଓ ଖୁବ୍ ପ୍ରଶଂସିତ ହେଉଛି । ୟୁଜର୍ ତାଙ୍କ ଲୁକ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।

 

View this post on Instagram

 

A post shared by Rajshri (@rajshrifilms)

ଶ୍ରଦ୍ଧା କପୁର ମଧ୍ୟ ପାଲୋମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟାଇଗର ଶ୍ରଫ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.