ମନୋରଂଜନ

ପୁନମ୍ ପାଣ୍ଡେଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା, ସ୍ୱାମୀ ସାମ୍ ବମ୍ବେ ମଧ୍ୟ ଫସିଲେ ମୃତ୍ୟୁର ମିଛ ଖେଳରେ

ଆପଣମାନେ ତ ଜାଣିଥିବେ ଯେ ପୁନମ୍ ପାଣ୍ଡେ ଏହି ମାସ ଆରମ୍ଭରୁ ହେଡଲାଇନରେ ରହିଥିଲେ । ତାଙ୍କର ‘ମୃତ୍ୟୁର ମିଛ ଖବର’ ମଧ୍ୟ ଅନେକ ହେଡଲାଇନ ସୃଷ୍ଟି କରିଥିଲା । ପୂର୍ବରୁ ଖବର ଆସିଥିଲା ଯେ ସର୍ଭାଇକାଲ କ୍ୟାନସରରେ ପୁନମ୍‌ ପାଣ୍ଡୋ ମୃତ୍ୟୁବରଣ କରିଥିଲେ, କିନ୍ତୁ ପରଦିନ ଅଭିନେତ୍ରୀ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ସେ ଜୀବିତ ଏବଂ କ୍ୟାନ୍ସର ବିଷୟରେ ସଚେତନତା ପାଇଁ ଏହା କରିଛନ୍ତି । ବର୍ତ୍ତମାନ ସେ ଏହି ପ୍ରସଙ୍ଗରେ ଏକ ଆଇନଗତ ଲଢେଇରେ ଫସି ଯାଇଛନ୍ତି । ଏହା ସହ ତାଙ୍କ ସ୍ୱାମୀ ସାମ ବମ୍ବେ ମଧ୍ୟ ଏଥିରେ ଜଡିତ ହୋଇଛନ୍ତି ।

ପୁନମ୍ ପାଣ୍ଡେ ଏବଂ ତାଙ୍କ ସ୍ୱାମୀ ସାମ ବମ୍ବେ ବର୍ତ୍ତମାନ ଏକ ଆଇନଗତ ଲଢେଇରେ ଫସି ଯାଇଛନ୍ତି । ତେବେ ତାଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନୀ ମାମଲା ଦାୟର କରାଯାଇଛି । ମୁମ୍ବାଇର ବାସିନ୍ଦା ଫୈଜାନ ଅନସାରୀ ୧୦୦ କୋଟି ଟଙ୍କା ମାନହାନୀ ମାମଲା ଦାୟର କରିଛନ୍ତି । ଏଥିରେ ଏହି ଦମ୍ପତିଙ୍କୁ ‘ମିଥ୍ୟା ଷଡଯନ୍ତ୍ର’ କରି କ୍ୟାନ୍ସର ଭଳି ଏକ ଗୁରୁତର ରୋଗ ମାଧ୍ୟମରେ ପ୍ରଚାର କରୁଥିବା ଅଭିଯୋଗ କରାଯାଇଛନ୍ତି ।

ତାଙ୍କ ଏଫ୍ଆଇଆର୍‌ରେ ଫୈଜାନ ଅନସାରୀ ଅଭିଯୋଗ କରିଛନ୍ତି ଯେ ପୁନମ୍ ପାଣ୍ଡେ ଏବଂ ତାଙ୍କ ସ୍ୱାମୀ ସାମ ବମ୍ବେ କ୍ୟାନ୍ସର ଭଳି ଏକ ଗୁରୁତର ରୋଗ ବିଷୟରେ ଲୋକଙ୍କ ଗମ୍ଭୀରତାକୁ କମ୍‌ କରିଛନ୍ତି ଏବଂ ସେମାନଙ୍କ ମୃତ୍ୟୁର ମିଥ୍ୟା ଖବର ଏକ ଡ୍ରାମା ସୃଷ୍ଟି କରିଛନ୍ତି । ତେବେ ଫୈଜାନ ଅନସାରୀଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ପୁନମ୍ ପାଣ୍ଡେ କେବଳ ନିଜର କାର୍ଯ୍ୟକଳାପ ଦ୍ୱାରା କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ଭାଙ୍ଗି ନାହାଁନ୍ତି ବରଂ ବଲିଉଡର ଅସଂଖ୍ୟ ଲୋକଙ୍କ ଭାବନାକୁ ମଧ୍ୟ କଷ୍ଟ ଦେଇଛନ୍ତି ।

ଏହା ସହ ତାଙ୍କୁ ଆରେଷ୍ଟ ୱାରେଣ୍ଟ ଜାରି କରିବାକୁ ଫୈଜାନ ଅନସାରୀ ଆବେଦନ କରିଛନ୍ତି । ସେ ଲେଖିଛନ୍ତି ଯେ ସେ ନିଜେ ସିଭିଲ ଲାଇନ୍ସ କାନପୁର କୋର୍ଟରେ ପହଞ୍ଚି ପୁନମ ଏବଂ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନୀ ମାମଲା ଦାୟର କରିଛନ୍ତି, ଯାହାର ଏକ ଜେରକ୍ସ ସେ କାନପୁର ପୋଲିସ କମିସନରଙ୍କୁ ମଧ୍ୟ ଦେଇଛନ୍ତି । ତାଙ୍କ ଏଫ୍ଆଇଆର୍ କପିରେ ଫୈଜାନ ତୁରନ୍ତ ପୁନମ୍ ପାଣ୍ଡେଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିବାକୁ ମଧ୍ୟ ଆବେଦନ କରିଛନ୍ତି ।

ତେବେ ଆପଣମାନେ ଏହା ଜାଣିଛନ୍ତି ଯେ ପୁନମ ପାଣ୍ଡେଙ୍କ ମୃତ୍ୟୁ ନାଟକ ଶେଷ ହେବା ପରେ AICW ମଧ୍ୟ ଅଭିନେତ୍ରୀଙ୍କୁ ତାଗିଦ କରିଥିଲା । ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ ଏହି ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ମାମାଲା ରୁଜୁ କରିଛି । ବଲିଉଡର ଟିଭି ସେଲିବ୍ରେଟିମାନେ ମଧ୍ୟ ପୁନମ ପାଣ୍ଡେଙ୍କ ଦ୍ୱାରା ହୋଇଥିବା ଏହି ପ୍ରଚାର ଷ୍ଟଣ୍ଟକୁ ନିନ୍ଦା କରିଥିଲେ । ତେବେ ଏପରି ଭାବେ ସମସ୍ତ ଲୋକ ପୁନମ୍‌ଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

 

KNews Bureau

Recent Posts

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

54 seconds ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

7 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

22 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

58 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

59 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

1 hour ago