ପ୍ରଶଂସକ ପୁନମ୍ ପାଣ୍ଡେଙ୍କୁ କହିଲେ ସକିରା : ଭାଇରାଲ ହେଲା ଡ଼୍ୟାନ୍ସ ଭିଡ଼ିଓ

ମୁମ୍ବାଇ : ନିଜର ବୋଲ୍ଡ ଅନ୍ଦାଜ ଏବଂ ହଟ୍ ଲୁକ୍ ପାଇଁ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ଅଭିନେତ୍ରୀ ତଥା ମଡ଼େଲ ପୁନମ ପାଣ୍ଡେ ପୁଣିଥରେ ଚର୍ଚ୍ଚାରେ। ସେ ନିକଟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜର ଏକ ଡ଼୍ୟାନ୍ସ ଭିଡ଼ିଓ ଅପଲୋଡ଼ କରିଥିଲେ। ଏଥିରେ ସେ “କି କି ଡ଼ୁ ୟୁ ଲଭ ମି” ଗୀତରେ ନାଚୁଥିବାର ନଜର ଆସିଛନ୍ତି। ପ୍ରତିଥର ଭଳି ଏଥର ମଧ୍ୟ ସେ ତାଙ୍କ ବୋଲ୍ଟ ଅନ୍ଦାଜରେ ଦେଖାଯାଉଛନ୍ତି। ତେବେ ଗତକାଲି ଏହାକୁ ପୁନମ୍ ଅପଲୋଡ଼ କରିଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ବହୁ ସଂଖ୍ୟାରେ ଲୋକ ଦେଖିସାରିଛନ୍ତି। ଏପରିକି କିଛି ବ୍ୟକ୍ତି ତାଙ୍କର ତୁଳନା ଗାୟିକା ସକିରାଙ୍କ ସହ ମଧ୍ୟ କରିଛନ୍ତି।
ଅଭିନେତ୍ରୀ ପୁନମଙ୍କୁ ଗତକାଲି ଫିଫା ଫୁଟବଲ ଫାଇନାଲର ସ୍କିନିଂରେ ମଧ୍ୟ ଦେଖିବାକୁ ମିଳଇଥିଲା। ତେବେ ଏଥିପାଇଁ ପୁନମ ଯେଉଁ ପାରିଶ୍ରମିକ ମାଗିଥିଲେ ତାହା ଶୁଣି ସମସ୍ତଙ୍କର ହୋସ ଉଡ଼ି ଯାଇଥିଲା। ଏସିଆର ସବୁଠାରୁ ବଡ଼ କ୍ଲବ୍ ଡ଼େଜାବୁ କାଠମାଣ୍ଡୁକୁ ସ୍କ୍ରିନିଂ ପାଇଁ ଯାଇଥିବା ବେଳେ ଏଥିପାଇଁ ୧ କୋଟି ଟଙ୍କା ନେଇଥିବା ସୂଚନା ମିଳିଛି। ପୁନମଙ୍କୁ ବେଶ କିଛିଟା ଫିଲ୍ମରେ ଦେଖିବାକୁ ମିଳିଥିବା ବେଳେ ସେ ସବୁବେଳେ ନିଜର ଲୁକ୍ ଏବଂ ବୋଲ୍ଡ଼ ଷ୍ଟେଟମେଣ୍ଟକୁ ନେଇ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି।