ଅଭିନେତ୍ରୀ ପୁନମ୍ଙ୍କ ବୈବାହିକ ଜୀବନରେ ଝଡ଼, ବିବାହର ମାସେ ପୂରିନି ସ୍ୱାମୀଙ୍କୁ ଛାଡିବେ ବୋଲି କହିଲେ

ସ୍ୱାମୀଙ୍କ ଠାରୁ ଅଲଗା ହେବାକୁ କହିଲେ ଅଭିନେତ୍ରୀ ପୁନମ୍ ପାଣ୍ଡେ, କହିଲେ ସେ ମୋତେ ମାରିଲେ ଓ ମୋର ଗଳା ଦବାଇଦେଲେ
ଅଭିନେତ୍ରୀ ଓ ମଡେଲ୍ ପୁନମ୍ ପାଣ୍ଡେ ନିଜର ବୋଲ୍ଡ ଫଟୋ ଓ ଭିଡିଓ ପାଇଁ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚିତ । ଖାଲି ସେତିକି ନୁହେଁ ନିଜର ବିବାଦିତ ବୟାନ ପାଇଁ ବିବାଦ ତାଙ୍କ ପିଛା କେବେ ଛାଡି ଯାଏନି ।
ନିକଟରେ ପୁନମ୍ ନିଜର ବୟ ଫ୍ରେଣ୍ଡ୍ ସୋମ୍ ବାମ୍ବେଙ୍କୁ ବିବାହ କରିଛନ୍ତି । ହେଲେ ବିବାହର ମାସଟିଏ ଯାଇନି ପୁନମ୍ ଏବେ ନିଜର ବିବାହ ଭାଙ୍ଗିବାକୁ କହିଲେଣି । ତାଙ୍କର ଅଭିଯୋଗ ଯେ ସ୍ୱାମୀ ସୋମ୍ କୁଆଡେ ତାଙ୍କୁ ମାର୍ ପିଟି କରୁଛନ୍ତି ।
ଏକ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ହନିମୁନ ପାଇଁ ଗୋଆରେ ଥିବା ବେଳେ ସୋମ୍ ତାଙ୍କୁ ମାରିବା ସହ ତାଙ୍କ ଚୁଟି ଧରି ବେଡ୍ରେ ମୁଣ୍ଡ ବାଡେଇ ଦେଇଥିଲେ । ତାଙ୍କର ଗଳା ମଧ୍ୟ ଦବାଇ ଦେଇଥିଲେ, ସେ କୈାଣସି ପ୍ରକାରେ ନଜକୁ ବଞ୍ଚାଇ ରୁମ୍ରୁ ବାହାରି ଦୈାଡ଼ିବାକୁ ଲାଗିଥିଲେ ।
ହୋଟେଲ୍ ଷ୍ଟାଫ୍ ପୁଲିସକୁ ଫୋନ୍ କରି ଡକାଇବା ପରେ ସୋମଙ୍କୁ ପୁଲିସ୍ ଗିରଫ କରିଥିଲା । ସୋମ୍ଙ୍କ ଏଭଳି ବ୍ୟବହାରରେ ସେ ଏବେ ଭୟଭୀତ । ତେଣୁ ସେ ସୋମ୍ଙ୍କୁ ଛାଡିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପୁନମ୍ ।
ପ୍ରକାଶଯୋଗ୍ୟ ଯେ ସୋମ ଓ ପୁନମ୍ ଦୀର୍ଘ ୩ ବର୍ଷ ଧରି ଲିଭ୍ ଇନ୍ ରିଲେସନ୍ରେ ଥିଲେ । ପୁନମ୍ ଓ ସୋମ୍ ଗତ ୧ ତାରିଖରେ ନିଜର ପରିବାରଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଗତ ୧୦ ତାରିଖରେ ସୋସିଆଲ୍ ମିଡିଆରେ ପୁନମ୍ ନିଜର ବିବାହ ବିଷୟରେ ପ୍ରକାଶ କରିଥିଲେ । ପୁନମ୍ଙ୍କ ଅଭିଯୋଗ କ୍ରମେ ଗୋଆ ପୁଲିସ ସୋମ୍ଙ୍କୁ ଗିରଫ କରିଥିଲା । ଏବେ ଜମାନତରେ ସୋମ୍ ଆସିଥିବା ଜଣାଯାଇଛି ।