ଲୋକପ୍ରିୟ ଗାୟିକା ଉଷା ଉଥୁପଙ୍କ ସ୍ୱାମୀଙ୍କ ପରଲୋକ, ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା

ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ପପ୍‌ ଗାୟିକା ଉଷା ଉଥୁପଙ୍କ ସ୍ୱାମୀ ଜାନି ଚୋକା ଉଥୁପଙ୍କ ପରଲୋକ । କାର୍ଡିଆକ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଖବର ମୁତାବକ, କୋଲକତାରେ ନିଜ ଘରେ ଟିଭି ଦେଖୁଥିବା ବେଳେ ହଠାତ୍‌ ହୃଦଘାତ ହୋଇଥିଲା । ତେଣୁ ସେ ବିଚଳିତ ହେବା ସହିତ ଅସହଜ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଉଷାଙ୍କ ପତ୍ନୀ ଉଥୁପ ଚା’ କ୍ଷେତ୍ର ସହିତ ଜଡିଥିଲେ । ଜାନି ଉଷାଙ୍କ ଦ୍ୱିତୀୟ ସ୍ୱାମୀ ଥିଲେ । ତାଙ୍କ ପ୍ରଥମ ବିବାହ ରାମୁ ଅୟରଙ୍କ ସହିତ ହୋଇଥିଲା । ବିବାହ ୫ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା ।

ଉଷା ୧୯୬୦ରେ କ୍ୟାରିଅର ଆରମ୍ଭ କରିଥିଲେ । ୧୯୬୦ ରୁ ୧୯୭୦ ମଧ୍ୟରେ ଅନେକ ପପ୍‌ ଗୀତ ଗାଇଛନ୍ତି । କିନ୍ତୁ ଏକ, ଦୋ ତିନି ଚାର ଗୀତ ତାଙ୍କୁ ପରିଚୟ ମିଳିଥିଲା । କେବଳ ସେତିକି ନୁହେଁ ଏଥିପାଇଁ ଶ୍ରେଷ୍ଠ ଫିଲ୍ମଫେୟାର ଆଓ୍ଵାର୍ଡ ମଧ୍ୟ ମିଳିଥିଲା । ଉଷା ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଆରଡି ବର୍ମନ ଏବଂ ବପ୍ପି ଲହରୀଙ୍କ ସହିତ ଅନେକ ହିଟ୍‌ ଗୀତ ଗାଇଛନ୍ତି ।

You might also like