ସାଉଥ ସୁପରଷ୍ଟାର ତଥା କମେଡିଆନ୍ ବିବେକଙ୍କ ପରଲୋକ, ଟିକା ନେବା ପରେ ହୋଇଥିଲା ହାର୍ଟଆଟାକ୍

ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର। ପୁଣି ଜଣେ କଳାକାରଙ୍କ ପାଇଁ ଭାଙ୍ଗିପଡିଲା ଫିଲ୍ମ ଇଣ୍ଡଷ୍ଟ୍ରୀ। ସାଉଥ କମେଡିଆନ୍ ତଥା ସୁପରଷ୍ଟାର ବିବେକଙ୍କ ଦେହାନ୍ତ ହୋଇଛି । ୫୯ ବର୍ଷ ବୟସରେ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ICU ରେ ଓ୍ୱାର୍ଡରେ ସ୍ନତନ୍ତ୍ର ଟ୍ରିଟମେଣ୍ଟ କରାଯାଉଥିଲା । ଆଜି ଭୋର ୪.୩୦ରେ ତାଙ୍କର ନିଧନ ହୋଇଛି ।

୧୫ ଏପ୍ରିଲରେ ସେ ସରକାରୀ ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ । ତେବେ ଟିକା ନେବା ପରେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ଟିକା ନେବା ପୂର୍ବରୁ ବିବେକ କହିଥିଲେ କୋବିଡ ଭ୍ୟାକସିନ୍ ସମସ୍ତଙ୍କ ପାଇଁ ନିରାପଦ । ଟିକା ନେବା ନିହାତି ଜରୁରୀ ।

ତାମିଲ ସିନେମାରେ କାମ କରିବା ସହ ସେ କମେଡିଆନ୍ ଭାବେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ । ରଜନୀକାନ୍ତ, କମଲ ହାସନ, ବିଜୟଙ୍କ ସମେତ ଅନେକ ନାମୀଦାମୀ କଳାକାରଙ୍କ ସହ ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ ରଜନୀକାନ୍ତଙ୍କ ସହ ଶିବାଜୀ ଚଳଚିତ୍ରରେ ମଧ୍ୟ ଅଭିନୟ କରି ବେଶ୍ ସଫଳତା ସାଉଁଟିଛନ୍ତି । ତାଙ୍କ ଦେହାନ୍ତରେ ଏଆର ରେହମାନ, ଧନୁଷ ପ୍ରମୁଖ କଳାକାର ଟ୍ବିଟ୍ କରି ଦୁଃଖ ଜଣାଇଛନ୍ତି। ତାଙ୍କ ମୃତ୍ୟୁ ପରେ ଟଲିଉଡ ଓ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.