ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରରେ ଆତ୍ମହତ୍ୟା, ଇନ୍ଦୋର ଘରୁ ମିଳିଲା ଝୁଲନ୍ତା ମୃତଦେହ

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା। ଇନ୍ଦୋର ସ୍ଥିତ ଘରୁ ମିଳିଲା ଝୁଲନ୍ତା ମୃତଦେହ। ବୈଶାଳୀ ଛୋଟ ପରଦାରେ ଅଭିନୟ କରି ବେଶ୍‌ ନାମ କମାଇଥିଲେ। ସୁପର ସିଷ୍ଟର ଏବଂ ଶଶୁରାଲ ସିମର କା ସିରିଅଲରେ ଅଭିନୟ କରିଥିଲେ। ମୃତ ବେଳକୁ ତାଙ୍କୁ ୩୦ ବର୍ଷ ହୋଇଥିଲା। ଅଭିନେତ୍ରୀ ମୃତଦେହ ପାଖରୁ ଏକ ସୁଇସାଇଟ୍‌ ନୋଟ ଜବତ କରିଛି ପୋଲିସ। ପୋଲିସ ମାମଲାର ଯାଞ୍ଚ କରୁଛି।

ଟିଭି ଅଭିନେତ୍ରୀ ବୈଶାଳୀ ଗତ ବର୍ଷେ ହେଲାଣି ଇନ୍ଦୋରରେ ରହୁଥିଲେ। ଆତ୍ମହତ୍ୟା ସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ଜବତ କରିଛି। ଏହାକୁ ନେଇ ପୋଲିସ ତଦନ୍ତ କରୁଛି। ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

 

View this post on Instagram

 

A post shared by Vaishali Takkar (@misstakkar_15)

 

ବୈଶାଳୀଙ୍କ ମୃତ୍ୟୁରେ ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି। ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ଶୁଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବୈଶାଳୀ ଟିଭି ଇଣ୍ଡଷ୍ଟ୍ରୀରେ ୨୦୧୫ରୁ କାମ ଆରମ୍ଭ କରିଛନ୍ତି। ଲୋକପ୍ରିୟ ଶୋ ଏ ରିସ୍ତା କ୍ୟା କେହେଲାତା ହୈରେ ଅଭିନୟ କରି ବେଶ୍‌ ପରିଚିତି ଲାଭ କରିଥିଲେ। ଏଥିରେ ସେ ସଞ୍ଜନା ଭୂମିକାରେ ନଜର ଆସିଥିଲ। ଏହା ପରେ ଆଶିକି ଶୋରେ ମଧ୍ୟ ନଜର ଆସିଥିଲେ।

ସେହିଭଳି ସସୁରାଲ ସିମର କା ଶୋରେ ଅଞ୍ଜଳି ଭରଦ୍ୱାଜ ଭୂମିକାରେ ନଜର ଆସିଥିଲେ ବୈଶାଳୀ। ସସୁରାଲ ସିମର କା ଶୋରୁ ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଏହାଛଡା ସୁପର ସିଷ୍ଟର, ମନମୋହିନୀ ୨ ରେ ମଧ୍ୟ ନଜର ଆସିଛନ୍ତି ବୈଶାଳୀ।

 

View this post on Instagram

 

A post shared by Vaishali Takkar (@misstakkar_15)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.