ରିଲିଜ ହେଲା କ୍ରାଇମ ସିରିଜ ‘ହାଉସ ଅଫ ସିକ୍ରେଟ୍ସ’ର ପୋଷ୍ଟର, ୧୧ଟି ମୃତ୍ଯୁର ଯାଞ୍ଚ କରିବେ ରାଜକୁମାର ରାଓ

ରାଜକୁମାର ରାଓଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା। ରାଜକୁମାର ରାଓ ନେଟଫ୍ଲିକ୍ସରେ ଆସିବାକୁ ଥିବା ଶୋ ‘ହାଉସ ଅଫ ସିକ୍ରେଟସ୍’କୁ ନେଇ ଚାଲିଛି ଚର୍ଚ୍ଚା। ଏହି ୱେବ ସିରିଜ ରିଅଲ ଘଟଣା ଉପରେ ଆଧାରିତ। ଯେଉଁଥିରେ ଦିଲ୍ଲୀର ଏକ ପରିବାର ୧୧ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା। ଏହି ଡକ୍ଯୁମେଣ୍ଟ୍ରିକୁ ନେଇ ରାଜକୁମାର ରାଓ ବହୁତ ଉତ୍ସାହିତ ରହିଛନ୍ତି। ସେ ୱେବ ସିରିଜ ପୋଷ୍ଟରକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି। ଏଥିରେ ରାଜକୁମାର ବେଶ୍ ଗମ୍ଭୀର ଅନ୍ଦାଜରେ ନଜର ଆସିଛନ୍ତି।

ଏହାର ପୋଷ୍ଟର ସେୟାର କରି ରାଜକୁମାର ଲେଖିଛନ୍ତି, ‘ ଦିଲ୍ଲୀର ଏକ ପରିବାରର ୧୧ ଜଣଙ୍କ ମରିବା ପଛର ସତ କାହାଣୀ। ୱାଚ ହାଉସ ଅଫ ସିକ୍ରେଟ୍ସ। ଏହା ନେଟଫ୍ଲିକ୍ସରେ ଅକ୍ଟୋବର ୮ରୁ ଆସିବ।

 

View this post on Instagram

 

A post shared by Netflix India (@netflix_in)

ସୂଚନାଯୋଗ୍ଯ, ରାଜକୁମାର ରାଓଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ରୁହି’ରେ ଦେଖିବାକୁ ମିଳିଥିଲା। ଯାହା ଲୋକଙ୍କୁ ବେଶ ପସନ୍ଦ ଆସିଥିଲା। ଏବେ ଏହି ୱେବସିରିଜରେ କ’ଣ କମାଲ୍ କରୁଛନ୍ତି ରାଜକୁମାର, ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.