ମନୋରଂଜନ

ଆତ୍ମହତ୍ୟା କଲେ ପାଓ୍ଵାର ରେଞ୍ଜର୍ସ ଷ୍ଟାର ଜେସନ ଡେଭିଡ, ଟମି ଓଲିଭର ଭୂମିକାରେ ଆସିଥିଲେ ନଜର

ଅରିଜନଲ ପାୱାର ରେଞ୍ଜର୍ସ ଷ୍ଟାର ଜେସନ ଡେଭିଡ ଫ୍ରାଙ୍କଙ୍କର ନିଧନ। ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୪୯ ବର୍ଷ ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ପାୱାର ରେଞ୍ଜର୍ସର କୋ-ଷ୍ଟାର ୱାଲ୍ଟର ଇ ଜୋନ୍ସ ଇନଷ୍ଟାଗ୍ରାମରେ ଦୁଃଖ ପ୍ରକାଶ କରିଛନ୍ତି।

ଅଭିନେତା ଏଜେଣ୍ଟ ଜଷ୍ଟିନ ହଣ୍ଟ ଏକ ବୟାନରେ କହିଛନ୍ତି ଯେ, ଏହି ଦୁଃଖଦାୟକ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ଗୋପନୀୟତାକୁ ସମ୍ମାନ ଦେବା ଜରୁରୀ ଅଟେ । ଆମେ ଏପରି ଜଣେ ପ୍ରିୟ ବ୍ୟକ୍ତିଙ୍କୁ ହରାଇ ଦୁଃଖିତ । ସେ ସବୁବେଳେ ତାଙ୍କ ପ୍ରିୟଜନ, ବନ୍ଧୁ ଏବଂ ପ୍ରଶଂସକଙ୍କ ସବୁକିଛି କରିଥିଲେ। ତାଙ୍କୁ ହରାଇବା ଆମପାଇଁ କଷ୍ଟଦାୟକ ।

ଶୋ’ର ପ୍ରଥମ ସିଜନରେ ଫ୍ରାଙ୍କ ଟମି ଅଲିଭର ଭୂମିକାରେ ଅଭିନୟ କରିଥିଲେ। ୨୮ ଅଗଷ୍ଟ ୧୯୯୩ ରୁ ୨୭ ନଭେମ୍ବର ୧୯୯୫ ପର୍ଯ୍ୟନ୍ତ ଚାଲିଥିଲା। ୧୪୫ ଏପିସୋଡ୍ ଏହାର ଟେଲିକାଷ୍ଟର ତିନୋଟି ସେସନରେ ପ୍ରସାରିତ ହୋଇଥିଲା । ଗ୍ରୀନ୍ ରେଞ୍ଜର ଭାବରେ ତାଙ୍କର ଭୂମିକା ୧୪ ଏପିସୋଡ୍ ପରେ ସମାପ୍ତ ହେଲା । କିନ୍ତୁ ତାଙ୍କର ପ୍ରଶଂସକଙ୍କ ଲୋକପ୍ରିୟତା ହେତୁ ତାଙ୍କୁ ଅନ୍ୟ ସିରିଜ୍ ପାଇଁ ହ୍ଵାଇଟ ରେଞ୍ଜର ଭାବରେ ଡକାଯାଇଥିଲା।

ସୂଚନାଯୋଗ୍ୟ, ନିକଟରେ ଜଣାପଡିଥିଲା କି, ହଲିଉଡ ଅଭିନେତା କ୍ରିସ ହେମସଓ୍ଵର୍ଥ ଗମ୍ଭୀର ରୋଗରେ ପୀଡିତ ରହିଛନ୍ତି। ହି ଅଭିନେତା ଜେନେଟିକ୍ ଭାବରେ ଅଲଜାଇମର ରୋଗରେ ପୀଡିତ। ଏହାକୁ ନେଇ ଡାକ୍ତର ତାଙ୍କୁ ସତର୍କ ରହିବାକୁ କହିଛନ୍ତି। ନ୍ୟାସନାଲ ଜିଓଗ୍ରାଫିକ ସହିତ ନୂଆ ଡକ୍ୟୁମେଣ୍ଟାରୀ ‘ଲିମିଟଲେସ’ର ସୁଟିଂ କରୁଥିବା ସମୟରେ ଏହା ବିଷୟରେ ଜାଣିବାକୁ ପାଇଥିଲେ। ଆଉ ଡାକ୍ତରଙ୍କୁ ଏହି ରୋଗ ସମ୍ବନ୍ଧରେ ସେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ତାଙ୍କର ରୋଗ ବଢିବାର ସମ୍ଭାବନା ଅଧିକ ଅଛି ବୋଲି ଡାକ୍ତର କହିଛନ୍ତି।

ଏହି ରୋଗ ବିଷୟରେ ସୂଚନା ପାଇବା ପରେ ଅଭିନେତା କ୍ରିସ୍ ହେମସୱର୍ଥ ବହୁତ ନର୍ଭସ ହୋଇଯାଇଥିଲେ। ବର୍ତ୍ତମାନ ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସେ ତାଙ୍କ କାମରୁ ବ୍ରେକ୍ ନେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି, ‘ମୋର ଏକମାତ୍ର ଚିନ୍ତା ହେଉଛି ଯେ ମୁଁ ଏହାକୁ ବଡ କରିବାକୁ ଚାହୁଁନି କି ଅଧିକ ଡ୍ରାମା କରିବାକୁ ଚାହୁଁନାହିଁ। ମୁଁ କାହାର ସହାନୁଭୂତି ଚାହୁଁନାହିଁ । ଆଉ ହଁ ମୁଁ ମୋର କାମକୁ ସଂପୂର୍ଣ୍ଣ ଭାବେ ଛାଡୁନାହିଁ ।

ତେବେ ବଲିଉଡ ପରେ ବାରମ୍ବାର ହଲିଉଡ ଅଭିନେତାଙ୍କ ବିଷୟରେ ଏମିତି ଖବର ଫ୍ୟାନ୍ସଙ୍କୁ ଝଟକା ଦେଉଛି।

Swagatika

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

5 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

15 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

26 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

55 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago