ପ୍ରଭାସ ଏବଂ ଦୀପିକା ଏକାଠି ଆସିବେ ନଜର, ଉତ୍ତର ଏବଂ ଦକ୍ଷିଣ ଭାରତୀୟଙ୍କୁ ଏକ କରିବ ଏହି ଫିଲ୍ମ

ଏକାଠି ନଜର ଆସିବେ ପ୍ରଭାସ ଏବଂ ଦୀପିକା। କଥାଟି ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ। ଫିଲ୍ମ ବାହୁବଳୀ ରିଲିଜ ହେବା ପରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଷ୍ଟାରଡମ ସାରା ଭାରତରେ ବେଶ ପରିଚିତ। ଏହି ଫିଲ୍ମ ତାଙ୍କୁ ଇଣ୍ଟରନ୍ୟାସନାଲ ଷ୍ଟାର ମଧ୍ୟ ପରିଚୟ ଦେଇଥିଲା। ସେପଟେ ବଲିଉଡ ନାୟିକା ଦୀପିକା ପାଦୁକୋନ ମଧ୍ୟ ତାଙ୍କ ଅଭିନୟ ପାଇଁ ଦର୍ଶକ ବେଶ ପସନ୍ଦ କରନ୍ତି। ଏହି ନାୟିକା କେବଳ ବଲିଉଡ ନୁହେଁ ଏବେ ହଲିଉଡର କିଛି ପ୍ରୋଜେକ୍ଟରେ କାମ କରୁଥିବା ଜଣାପଡିଛି।

ttt

ଏବେ ବଲିଉଡରେ ଉତ୍ତର ଦକ୍ଷିଣ ଯୋଡିଙ୍କୁ ଦେଖିବାକୁ ମିଳିବ। ବୈଜୟନ୍ତି ମୁଭିଜ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିବା ଅବସରରେ ଏବେ ବାହବୁଳୀ ଫେମ ପ୍ରଭାସ ଏବଂ ଦୀପିକାଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ସୂଚନା ମିଳିଛି। ଏହି ଫିଲ୍ମର ନାମ ‘ପ୍ରଭାସ ୨୧’ ମଧ୍ୟ ରହିଛି। ଏହା ପ୍ରଭାସଙ୍କ ୨୧ ତମ ଫିଲ୍ମ ହୋଇଥିବା ବେଳେ ଫିଲ୍ମଟି ବକ୍ସ ଅଫସିରେ ଧୁମ ମଚାଇବ ବୋଲି ଆଶା କରାଯାଉଛି। ଦୀପିକା ପାଦୁକୋନ ତାଙ୍କ ଇନଷ୍ଟା ଅକାଉଣ୍ଟରେ ଫିଲ୍ମ ବିଷୟରେ ଜଣାଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ନାଗ ଅଶ୍ୱିନ କହିଛନ୍ତି, ଏହା ଏକ ସରପ୍ରାଇଜ ପ୍ରୋଜେକ୍ଟ। ଫିଲ୍ମ ରିଲିଜ ପରେ କିଛି ବର୍ଷ ପାଇଁ ଏହା ଦର୍ଶକଙ୍କ ହୃଦୟରେ ନିଶ୍ଚିତ ରାଜ୍‌ କରିବ।

ସୂଚନାଯୋଗ୍ୟ, ପ୍ରଭାସ ଏବେ ରୋମାଣ୍ଟିକ ଫିଲ୍ମ ‘ରାଧେ ଶ୍ୟାମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯେଉଁଥିରେ ସେ ପୂଜା ହେଗେଡଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିବେ। ସେହିପରି ଦୀପିକା ମଧ୍ୟ ଫିଲ୍ମ ‘୮୩’ ନଜର ଆସିବେ।

Leave A Reply

Your email address will not be published.