ଦୁଇଟି ଭାଗରେ ରିଲିଜ ହେବ ପ୍ରଭାସ, ଦୀପିକା ଷ୍ଟାରର ଫିଲ୍ମ ‘କେ’

ଦୀପିକା ପାଦୁକୋନ୍ ବର୍ତ୍ତମାନ ସମୟରେ ସଫଳତାର ପାହାଚ ଚଢିଚାଲିଛନ୍ତି। ଅଭିନେତ୍ରୀଙ୍କ ପାଖରେ ବାସ୍ତବରେ ଆକର୍ଷଣୀୟ ପ୍ରୋଜେକ୍ଟ ସବୁ ରହିଛି। ‘ପଠାନ’ ପରି ଏକ ବ୍ଳକ୍ ବଷ୍ଟର ଫିଲ୍ମ ଦେବା ପରେ ପୁଣି ସେ ତାଙ୍କର ଆଗାମୀ ଫିଲ୍ମରେ ନିଜର ଜଲଓ୍ୱା ଦେଖାଇବାକୁ ରେଡି ହେଲେଣି।

ଦର୍ଶକବନ୍ଧୁ କହିରଖୁଛୁ ଯେ, ଅଭିନେତା ପ୍ରଭାସଙ୍କ ଆଗାମୀ ତେଲୁଗୁ ସାଇନ୍ସ ଫିକ୍ସନ୍ ଆକ୍ସନ୍ ଡ୍ରାମା ପ୍ରୋଜେକ୍ଟ କେ, ଯେଉଁଥିରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏବଂ ଅଭିନେତା ଅମିତାଭ ବଚ୍ଚନ ପ୍ରମୁଖ ଭୂମିକାରେ ଅଭିନୟ କରିବେ, ରିପୋର୍ଟ ଅନୁଯାୟୀ ଦୁଇ ଭାଗରେ ମୁକ୍ତିଲାଭ କରିବ ଏହି ଫିଲ୍ମ। ପ୍ରୋଜେକ୍ଟର ଭିଜନ ଏବଂ ପ୍ଲଟ୍ ଏତେ ବଡ ଯେ ଚଳଚ୍ଚିତ୍ର ନିର୍ମାତା ଏହାକୁ ୨ ଭାଗ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳଚ୍ଚିତ୍ରର ପ୍ରଥମ ଭାଗ ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି ଅନୁମାନ କରାଯାଉଛି।

ବାହୁବଲୀ ଚଳଚ୍ଚିତ୍ର ଭଳି ଏହି ଫିଲ୍ମରେ ମଧ୍ଯ ପ୍ରଥମ ଭାଗରେ କିଛି ସସପେନ୍ସ ରଖିଦିଆଯିବ କିନ୍ତୁ ଏବଂ ସମ୍ପର୍ଣ୍ଣ ଡ୍ରାମା ପାର୍ଟ ଦ୍ୱିତୀୟ ଭାଗରେ ରହିବ। ଏହା ଭାରତୀୟ ସିନେମାର ସବୁଠାରୁ ବଡ ଚଳଚ୍ଚିତ୍ର ଭାବରେ ମଧ୍ୟ କଳ୍ପନା କରାଯାଇଛି। ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କ ଚରିତ୍ର ମହାଭାରତରୁ ଅଶ୍ୱତଥାମଙ୍କ ଲାଇନରେ ଥିବାବେଳେ ପ୍ରଭାସଙ୍କ ଭୂମିକା ‘ସୁପରହିରୋ’ ଭଳି ରହିଛି। ବର୍ତ୍ତମାନ ସୁଦ୍ଧା, ଭାଗ ୨ର ସୁଟ୍ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଭାଗ ୧ ର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଛି।

ଫିଲ୍ମର ନିର୍ଦ୍ଦେଶକ ନାଗ ଅଶ୍ୱିନ୍ ନିକଟରେ ପ୍ରକାଶ କରିଛନ୍ତି ଯେ ସେ ପ୍ରଥମ ଭାଗର ସୁଟିଂ ଶେଷ କରିଛନ୍ତି, ଯେଉଁଥିରେ ପ୍ରଭାସଙ୍କ ଓପନିଂ ସିନ୍ ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଭାସ ଏକ ଶାନ୍ତ ଦୃଶ୍ୟରେ ଥିବା ଜଣାପଡୁଛନ୍ତି। ଆସନ୍ତା ବର୍ଷ ରିଲିଜ୍ ହେବାକୁ ଥିବା ଏହା ବୈଜୟନ୍ତୀ ଫିଲ୍ମର ଏକ ହାଇ ବଜେଟ ପ୍ରୋଜେକ୍ଟ।

 

Leave A Reply

Your email address will not be published.