ବିବାହ କରିବେ କି ସୁପରଷ୍ଟାର ପ୍ରଭାସ ? କିଏ ହେବ ବାହୁବଳିଙ୍କ ଦେବସେନା..

ସାଉଥ ଫିଲ୍ମ ବାହୁବଳି ଅର୍ଥାତ ପ୍ରଭାସ ଏଇ କିଛିଦିନ ହେଲା ନିଜ ପ୍ରୋଜେକ୍ଟ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି । ଏପରିକି ତାଙ୍କ ଫ୍ୟାନ୍ସଙ୍କ ମନରେ ସବୁବେଳେ ପ୍ରଶ୍ନ ରହିଥାଏ କି ସେ କେବେ ବିବାହ କରିବେ । ନିକଟରେ ଟ୍ରେଡ ଏନାଲିଷ୍ଟ ମନୋବାଲା ବିଜୟାୱାଲାନ ନିଜ ଟୁଇଟରରେ ଏକ କ୍ରିପ୍ଟିକ ପୋଷ୍ଟ କରିଛନ୍ତି । ଯାହାକି ଖୁବ୍ ବେଗରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କେବଳ ସୁପରଷ୍ଟାରଙ୍କ ନାମ ପ୍ରଭାସ ଲେଖିଛନ୍ତି ।

ଏହା ସହିତ ସେ ବିବାହ ଏବଂ ଧଳା ପୋଷାକରେ ଥିବା ବାହାଘର ଯୋଡା ସହ ଏକ ଇମୋଜି ଭାଇରାଲ ହେବାରେ ଲାଗିଛି । ସେ ନିଜ ପୋଷ୍ଟରେ ସ୍ପଷ୍ଟ ଭାବେ ଲେଖିନାହାନ୍ତି କି ପ୍ରକୃତରେ ପ୍ରଭାସ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ? କିନ୍ତୁ ଏହି ପୋଷ୍ଟଟି ଭାଇରାଲ ହେବାଦ୍ବାରା ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହେବା ସହିତ ସେମାନେ ଖୁବ ଖୁସି ହେଇଥିବା ଜାହିର କରିଛନ୍ତି । ଏହି ପୋଷ୍ଟରେ ବହୁତ ଫ୍ୟାନ୍ସ କମେଣ୍ଟ କରିଛନ୍ତି ଆଉ ଜାଣିବାକୁ ଚାହିଁଛନ୍ତି ସତରେ କଣ ପ୍ରଭାସ ବିବାହ କରିବାକୁ ଯାଉଛନ୍ତି କି ?

ଏଥିରେ ଜଣେ କମେଣ୍ଟ କରିଛନ୍ତି ଏହି ଖବର କଣ ସତ ଅଟେ କି ? ତ ଆଉ ଜଣେ ଲେଖିଛନ୍ତି ବହୁତ ଶୁଭ କାମନା ପ୍ରଭାସ ସାର । ଆଉ ଜଣେ ୟୁଜର ପ୍ରଶ୍ନ କରିଛନ୍ତି ପ୍ରଭାସ ବିବାହ କରୁଛନ୍ତି ?…କିଛି ଫ୍ୟାନ୍ସ ଜାଣିବାକୁ ଚାହୁଛନ୍ତି କଣ ସେ ନିଜ ଫିଲ୍ମ ବାହୁବଳିର କୋ ଷ୍ଟାର ଅନୁଶ୍କାଙ୍କ ସହ ସହ ବିବାହ କରିବେ ନା ନାହିଁ ? ଗତବର୍ଷ ମଧ୍ୟ ପ୍ରଭାସଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଖବର ପ୍ରକାଶ ହୋଇଥିଲା । ଯେବେ ସେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଏହି ଖବର ଏକ ଗୁଜବ ବୋଲି ପ୍ରକାଶ କରିଥିଲେ ।

ସେ କହିଥିଲେ କି ମୁଁ ଜଲଦି ବିବାହ କରୁନାହିଁ । ମୁଁ ମୋ ଫ୍ୟାମିଲି ଓ ଫ୍ୟାନ୍ସଙ୍କୁ ଦୁଃଖ ଦେବାକୁ ଯାଉନାହିଁ । ୨୦୨୩ରେ ପ୍ରଭାସଙ୍କ ଉପରେ ଏକ ଖବର ମିଳିଥିଲା । ସେ ନିଜ ଫିଲ୍ମ ଆଦି ପୁରୁଷର ର କୋଷ୍ଟାର କ୍ରିତି ସାନନଙ୍କ ସହ ଡେଟ କରୁଛନ୍ତି । ବରୁଣ ଧୱନ ନିଜ ସୋ ଝଲକ ଦିଖ ଲାଜାରେ ଏକ ମଜାଳିଆ କଥା କହିଥିଲେ । ସେ କହିଥିଲେ କି କ୍ରିତ ସାନନ ଆଉ କାହାର ହାର୍ଟରେ ନିଜ ନା ଲେଖିଛନ୍ତି । ଏହାପରେ କ୍ରିତି ନିଜ ଗୁଜବକୁ ଖଣ୍ଡନ କରିଥିଲେ ।