୨୦୧୯ରେ ବିବାହ କରିବେ ବାହୁବଳୀ , ଜାଣନ୍ତୁ କିଏ ହେବ ପ୍ରଭାସଙ୍କ ପତ୍ନୀ ?

କେବେ ବିବାହ କରିବେ ବାହୁବଳୀ ? ପ୍ରାୟ ସମସ୍ତଙ୍କ ମନରେ ଏହି ପ୍ରଶ୍ନ । ପ୍ରାୟ ୬ହଜାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ପ୍ରଭାସଙ୍କ ବିବାହକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଚର୍ଚ୍ଚା ମଧ୍ୟ ହୋଇସାରିଛି । ଯାହା ଗୁଜବ ବୋଲି ପରେ ଜଣା ପଡିଥିଲା ।
ତେବେ ପ୍ରଭାସଙ୍କ ଫ୍ୟାନମାନଙ୍କ ପାଇଁ ଆସିଛି ଖୁସି ଖବର । ଖୁବ୍ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ବାହୁବଳୀ । ଏନେଇ ନିଜ ପରିବାର ଲୋକଙ୍କୁ ଗ୍ରୀନ୍ ସିଗନାଲ୍ ମଧ୍ୟ ଦେଇସାରିଛନ୍ତି ପ୍ରଭାସ । ସାହୋ ଫିଲ୍ମ ରିଲିଜ୍ ହୋଇ ସାରିବା ପରେ ଅର୍ଥାତ୍ ୨୦୧୯ରେ ବିବାହ କରିବେ ପ୍ରଭାସ । ତେବେ ପୂର୍ବରୁ ମା’ ବିବାହ ପାଇଁ କହୁଥିଲେ ମଧ୍ୟ ଏହି ଫିଲ୍ମ ପାଇଁ ଅରାଜି ଥିଲେ ପ୍ରଭାସ । କିନ୍ତୁ ଏବେ ରାଜି ହୋଇସାରିଛନ୍ତି । ହେଲେ କିଏ ହେବ ପ୍ରଭାସଙ୍କ ପତ୍ନୀ ତାହା ଜଣାପଡିନାହିଁ ।