କପିଲ ଶର୍ମା ସୋ’ରେ ପହଞ୍ଚିଲେ ବାହୁବଲି ପ୍ରଭାସ, କହିଲେ ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ ହେଲେ ବନ୍ଦ କରିଦେବି…

ବାହୁବଲୀ ଷ୍ଟାର ପ୍ରଭାସ କପିଲ ଶର୍ମାଙ୍କ ଶୋରେ ଫିଲ୍ମ ସାହୋର ପ୍ରମୋସନ କରିବାକୁ ପହଁଚିଥିଲେ। ଏହି ସମୟରେ କପିଲ ତାଙ୍କୁ ପଚାରିଲେ ଆପଣଙ୍କୁ ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ କରାଗଲା ତେବେ ଆପଣ କଣ କରିବେ। ସେତେବେଳେ ପ୍ରଭାସ ଜବାବ ଦେଲେ ଯେ ମୁଁ ଗୋଟିଏ ଦିନ ଲାଗି ପିଏମ ହେଲେ ଇଣ୍ଡଷ୍ଟ୍ରୀ ପାଇଁ ଇଣ୍ଟଭ୍ୟୁ ବନ୍ଦ କରିଦେବି।
ଶୋ ସମୟରେ କପିଲ ପ୍ରଶ୍ନ କଲେ ଯେ ଶୁଣିବାକୁ ମିଳେ ପ୍ରଭାସ ନିଜର ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ କୁଆଡ଼େ ଶୋଇବାକୁ ପସନ୍ଦ କରନ୍ତି? ଏହାର ଉତ୍ତର ଦେଇ ପ୍ରଭାସ କହିଲେ ହଁ, ମୁଁ ଶୋଇବାକୁ ବହୁତ ଚେଷ୍ଟା କରେ କିନ୍ତୁ ଚିନ୍ତା କାରଣରୁ ଭଲ ଭାବେ ଶୋଇ ପାରେ ନାହିଁ। ଏକଥା ପୂରାପୂରି ସତ।
ଏହି ଶୋରେ ନିଲ ନିତିନ ମୁକେଶ ଏବଂ ଶ୍ରଦ୍ଧା କପୁର ମଧ୍ୟ ଉପସ୍ଥିତ ଥିଲେ। କପିଲ ଶ୍ରଦ୍ଧାଙ୍କୁ ମଧ୍ୟ ମଜାଳିଆ ପ୍ରଶ୍ନ ସବୁ ପଚାରିଥିଲେ। କପିଲଙ୍କ ପ୍ରଶ୍ନ ଥିଲା, ମୁଁ ଶୁଣିଛି ଯେ ଫିଲ୍ମ ରିଲିଜ୍ ପୂର୍ବରୁ ଆପଣଙ୍କ ପେଟ ଖରାପ ହୋଇଯାଏ। ତେବେ ଶ୍ରଦ୍ଧା ଏହି କଥାକୁ ସ୍ୱୀକାର କରିଥିଲେ। ସାହୋରେ ତେଲଗୁ ଡାଇଲଗ୍ ପାଇଁ ସେ ଏହି ଭାଷା ଶିଖିବାକୁ କେତେ କଷ୍ଟ କରିଛନ୍ତି ସେ କଥା ମଧ୍ୟ ଶ୍ରଦ୍ଧା କହିଥିଲେ । ସାହୋ ୩୦ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି।
Hassi se churaane aapka dil, aayi hai Saaho ki star cast. Dekhiye #TheKapilSharmaShow Sat-Sun 9:30 baje. @KapilSharmaK9 @kikusharda @haanjichandan @Krushna_KAS @bharti_lalli @sumona24 @RochelleMRao @apshaha @Banijayasia pic.twitter.com/Tc4Szeho3R
— Sony TV (@SonyTV) August 22, 2019