ସିଦ୍ଧାର୍ଥ ଶୁକ୍ଳାଙ୍କ ସ୍ମୃତିରେ ଆଜି ସନ୍ଧ୍ୟା ୫ଟାରେ ହେବ ପ୍ରାର୍ଥନା ସଭା, ଫ୍ୟାନ୍‌ମାନେ ବି ହୋଇପାରିବେ ସାମିଲ

ଟିଭିର ଲୋକପ୍ରିୟ ଷ୍ଟାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଏତେ ଅଚାନକ ଥିଲା ଯେ କେହି ବି ଏହାକୁ ଏବେ ମଧ୍ୟ ବିଶ୍ୱାସ କରି ପାରୁ ନାହାନ୍ତି। ଗୁରୁବାର ଦିନ ଦୁନିଆକୁ ଅଲବିଦା କହିଛନ୍ତି ଏହି ମେଗାଷ୍ଟାର। ହାର୍ଟ ଆଟାକ୍‌ରେ ତାଙ୍କ ନିଧନ ହୋଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରୁଛନ୍ତି।

ତେବେ ଆଜି ସିଦ୍ଧାର୍ଥଙ୍କ ସ୍ମୃତିରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ସିଦ୍ଧାର୍ଥଙ୍କ ଫ୍ୟାନ୍‌ମାନେ ମଧ୍ୟ ଏହି ପ୍ରାର୍ଥନା ସଭାରେ ଅନ୍‌ଲାଇନ୍‌ରେ ଉପସ୍ଥିତ ହୋଇପାରିବେ। ଏହି ପ୍ରାର୍ଥନା ସଭା ଆଜି ସନ୍ଧ୍ୟା ୫ଟାରେ ଆୟୋଜିତ ହେବ। ସିଦ୍ଧାର୍ଥ ଶୁକ୍ଳାଙ୍କ ମା’ ରୀତା ଶୁକ୍ଳା ଓ ତାଙ୍କ ଭଉଣୀ ନୀତୁ-ପ୍ରୀତି ତାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଟିଭି ଆକ୍ଟର କରଣବୀର ବୋହରା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ବିଶେଷ ପ୍ରାର୍ଥନା ସଭାର ସମସ୍ତ ସୂଚନା ସେୟାର କରିଛନ୍ତି।

 

 

View this post on Instagram

 

A post shared by Karenvir Bohra (@karanvirbohra)

ସିଦ୍ଧାର୍ଥଙ୍କ ପରିବାର ପକ୍ଷରୁ ଜୁମ୍‌ ଲିଙ୍କ୍‌ ସେୟାର କରାଯିବ, ଯାହା ମାଧ୍ୟମରେ ଫ୍ୟାନ୍‌ ମଧ୍ୟ ପ୍ରେୟାର ମିଟ୍‌ରେ ଅଂଶଗ୍ରହଣ କରିପାରିବେ। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ପରିବାର,ବନ୍ଧୁ ପରିଜନ ଓ ଖାନ୍‌ କରି ଫ୍ୟାନ୍‌ମାନେ ଖୁବ୍‌ ଭାଙ୍ଗିପଡ଼ିଛନ୍ତି। ସିଦ୍ଧାର୍ଥଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଶେହନାଜ ଗିଲ୍‌ କାହା ସହ କଥା ହେବା ସ୍ଥିତିରେ ବି ନାହାନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜଙ୍କର ଅନେକ ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଫ୍ୟାନ୍‌ଙ୍କୁ ବ୍ୟଥିତ କରିଛି।

Leave A Reply

Your email address will not be published.