ଆଲିଆକୁ ନେଇ ହସପିଟାଲରେ ପହଞ୍ଚିଲେ ରଣବୀର, ଖୁବଶୀଘ୍ର ଆସିବେ ନୂଆ ଅତିଥି

ଖୁବଶୀଘ୍ର ଆଲିଆ ଏବଂ ରଣବୀର ମା ବାପା ହେବାକୁ ଯାଉଛନ୍ତି। ଏଥିପାଇଁ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ହସପିଟାଲରେ ପହଞ୍ଚିଛନ୍ତି। ଖୁବଶୀଘ୍ର ଆଲିଆ ଭଟ୍ଟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଫ୍ୟାନ୍ସ ଖୁସି ଖବର ପାଇବାକୁ ଅପେକ୍ଷା କରି ରହିଛନ୍ତି ।

ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖୁବଶୀଘ୍ର ଫ୍ୟାନ୍ସଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି। ନୂଆ ଅତିଥିଙ୍କୁ ସ୍ୱାଗତ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ଆଲିଆ ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମରୁ କୁନି ଅତିଥିଙ୍କୁ ଜନ୍ମ ଦେବେ ବୋଲି ପୂର୍ବରୁ ଖବର ପ୍ରକାଶିତ ହୋଇଥିଲା। କିନ୍ତୁ ଏବେ ଖବର ଅନୁଯାୟୀ, ଆଲିଆ ଭଟ୍ଟ HN ରିଲାଏନ୍ସ ହସପିଟାଲରେ ଡେଲିଭରୀ ପାଇଁ ପହଞ୍ଚିଛନ୍ତି । କୌଣସି ମୁହୂର୍ତ୍ତରେ ଆଲିଆ ସନ୍ତାନ ଜନ୍ମ ଦେଇପାରନ୍ତି।

ସୂଚନା ଯୋଗ୍ୟ, ଆଲିଆ ଏବଂ ରଣବୀର ଚଳିତବର୍ଷ ଏପ୍ରିଲରେ ବିବାହ କରିଥିଲେ। ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ ବିବାହର ଦୁଇମାସ ପରେ ଆଲିଆ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ଆଲିଆ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସି ଖବର ଜଣାଇଥିଲେ।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ତେବେ ଦୁହେଁ ଶେଷ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ନଜର ଆସିଥିଲେ। ୨୦୧୮ ବେଳେ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପରର ନିକଟତର ଆସିଥିଲେ ଆଲିଆ ଏବଂ ରଣବୀର । ବିବାହ ପୂର୍ବରୁ ୩ ବର୍ଷ ପରସ୍ପରକୁ ଡେଟ୍‌ କରୁଥିଲେ ଦୁହେଁ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ମୌନୀ ରାୟ, ନାର୍ଗାଜୁନ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.