ବିବାହ ପରେ ନୁହେଁ ବିବାହ ପୂର୍ବରୁ ଆଲିଆ ଥିଲେ ଗର୍ଭବତୀ ! ବେବି ବମ୍ପ ଦେଖି ଫ୍ୟାନ୍ସ କରୁଛନ୍ତି ଏଭଳି ଚର୍ଚ୍ଚା

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହ କରିବାର ମାତ୍ର ୨ ମାସ ପରେ ଗର୍ଭବତୀ ହେବାର ଖବର ଦେଇଥିଲେ। ଆଲିଆଙ୍କ ଗର୍ଭବତୀ ଖବର ଶୁଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗର୍ଭବତୀ ଥାଇ ବି ସେ ଆଲିଆ ତାଙ୍କ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ର ସୁଟିଂ ଶେଷ କରି ଲଣ୍ଡନରୁ ମୁମ୍ବାଇ ଫେରିଥିଲେ। ତେବେ ଅଭିନେତା ରଣବୀର କପୁର ତାଙ୍କ ପତ୍ନୀଙ୍କୁ ନେବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ରଣବୀର ଆଲିଆଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଏହି ସମୟରେ ରଣବୀର ଆଲିଆଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଏୟାରପୋର୍ଟରେ ରଣବୀର କପୁରଙ୍କୁ ଦେଖିବା ପରେ ଆଲିଆ ଭଟ୍ଟ ବହୁତ ଉତ୍ସାହିତ ହୋଇଥିଲେ। ଆଲିଆ ରଣବୀର କପୁରଙ୍କୁ ଦେଖିବା ମାତ୍ରେ ସେ ‘ବେବି’ ଚିତ୍କାର କରି ଦୌଡି କାର ଭିତରକୁ ଚାଲି ଯାଇଥିଲେ। ତା’ପରେ ରଣବୀର କପୁର ଆଲିଆଙ୍କୁ ଦେଖି ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ ଏହି ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏହି ସମୟରେ ଆଲିଆଙ୍କ ବେବି ବମ୍ପ ଦେଖିବାକୁ ମିଳିଛି। କିନ୍ତୁ ଆଲିଆ ମାତ୍ର ଅଳ୍ପ ଦିନରେ ଏତେ ବଡ ବେବି ବମ୍ପ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି। ଆଲିଆ ବିବାହ ପୂର୍ବରୁ ହୁଏତ ଗର୍ଭବତୀ ଥିବା କଥା ଚର୍ଚ୍ଚା ହେଉଛି । ଦୁହିଁଙ୍କ ଫ୍ୟାନ୍ସ ଏହି ଭିଡିଓକୁ ବାରମ୍ବାର ଦେଖିବାକୁ ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ଏକ ଇଣ୍ଟରଭ୍ୟୁରେ ରଣବୀର କପୁର କହିଛନ୍ତି, “ଏଥର ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ମୁଁ ମୋ ଜୀବନରେ ବହୁତ ଖୁସି। ଆଲିଆ ଏବଂ ମୁଁ ବିବାହିତ, ଏବଂ ଗର୍ଭଧାରଣ ବିଷୟରେ ଆମକୁ କହିବା ଠିକ୍ ଲାଗିଲା, କାରଣ ଆମେ ଆମର ଖୁସିକୁ ସମଗ୍ର ବିଶ୍ୱ ବାଣ୍ଟିବାକୁ ଚାହୁଁଛୁ।

 

View this post on Instagram

 

A post shared by Viral Bhayani (@viralbhayani)

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.