ପ୍ରେଗନାନ୍ସିରେ ବି ବେଶ୍‌ ଝୁମି ଝୁମି ଡ୍ୟାନ୍ସ କରୁଛନ୍ତି କରୀନା କପୁର, ଦେଖନ୍ତୁ ଭାଇରାଲ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ନିଜ ଦ୍ୱିତୀୟ ପ୍ରେଗନାନ୍ସିକୁ ବେଶ୍‌ ଉପଭୋଗ କରୁଛନ୍ତି। ତାଙ୍କ ସ୍ୱାମୀ ତଥା ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ କହିବାନୁସାରେ, ବେବୋ ଫେବ୍ରୁଆରୀ ଆରମ୍ଭରେ ଦ୍ୱିତୀୟ ପିଲାକୁ ଜନ୍ମ ଦେବେ। ନୂଆ ଛୁଆ ଆସିବା ପୂର୍ବରୁ ହିଁ ସୈଫ୍‌, କରୀନା ଓ ତୈମୁର ନୂଆ ଘରକୁ ସିଫ୍ଟ ହୋଇଛନ୍ତି। ସୋସିଆଲ ମିଡିଆରେ କରୀନା ଏନେଇ ସୂଚନା ଦେଇଛନ୍ତି।

କରୀନା କପୁରଙ୍କ ଭିଡିଓ ଓ ଫଟୋ ଇଣ୍ଟରନେଟ୍‌ରେ ବେଶ୍‌ ଭାଇରାଲ ହେଉଛି। ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କରୀନା କପୁର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ତାଙ୍କ ବେବି ବମ୍ପ ମଧ୍ୟ ସ୍ପଷ୍ଟ ଦିଶୁଛି। ଭିଡିଓରେ ଡ୍ୟାନ୍ସ କରୁଥିବା ବେଳେ ସେ ବେଶ୍‌ ଖୁସି ବି ଅଛନ୍ତି। ଏଥିରେ ସେ ନାରଙ୍ଗୀ ରଙ୍ଗର ଫୁଲ ସ୍ଲିଭ ଟପ୍‌ ଓ ହାଲ୍‌କା ନାରଙ୍ଗୀ ସ୍କର୍ଟ ପିନ୍ଧିଛନ୍ତି। ସେ ସ୍କର୍ଟକୁ ହାତରେ ଧରି ହସି ହସି ଡ୍ୟାନ୍ସ କରୁଛନ୍ତି।

 

View this post on Instagram

 

A post shared by Yianni Tsapatori (@yiannitsapatori)

ରିପୋର୍ଟ ମୁତାବକ, ଏହି ଭିଡିଓ କୌଣସି ପ୍ରମୋସନ୍‌ର ସୁଟ୍‌। କରୀନା କପୁରଙ୍କର ଏହି ଭିଡିଓକୁ ହେୟାର ଷ୍ଟାଲିଷ୍ଟ ୟିଆନ୍ନୀ ଚ୍ଛାପତୋରୀ ସେୟାର କରିଛନ୍ତି। ଏହି ସୁଟିଂ ପାଇଁ ୟିଆନ୍ନୀ ତାଙ୍କ ଚୁଟିକୁ ଷ୍ଟାଇଲ କରିଛନ୍ତି। ଭିଡିଓରେ କରୀନା ଖୋସା କରିଛନ୍ତି। ପ୍ରେଗନାନ୍ସିରେ ସେ ପୂରା କନ୍‌ଫିଡେଣ୍ଟଲି ଡ୍ୟାନ୍ସ କରିଛନ୍ତି, ଯାହାକୁ ଫ୍ୟାନ୍‌ମାନେ ବେଶ୍‌ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.