ସଲମାନଙ୍କ ଜନ୍ମଦିନରେ ଏକ୍ସରେ ଫଟୋ ଦେଇ ଶୁଭେଛା ଜଣାଇଲେ ପ୍ରୀତିଜିଣ୍ଟା

ପ୍ରୀତି ଜିଣ୍ଟା ବଲିଉଡର ମୋଷ୍ଟ ଟାଲେଣ୍ଟେଡ ଅଭିନେତ୍ରୀ ଭାବରେ ବେଶ ପରିଚିତ ।  ସେ ନବେ ଦଶକରେ ବହୁତ ହିଟ ଫିଲ୍ମ ଦର୍ଶକମାନଙ୍କୁ ଭେଟି ଦେଇଛନ୍ତି  ।  ଏହାସହ ବହୁତ ଦର୍ଶକଙ୍କ ହଦୟରେ ରାଜ୍ କରିଛନ୍ତି ।  ତେବେ ଅଭିନେତ୍ରୀ ଜଣଙ୍କ ସଲମନ ଖାନଙ୍କସହ ମଧ୍ୟ ବହୁତ ଫିଲ୍ମରେ ଅଭିନୟ କରିଛନ୍ତି  ।

ଏହାଛଡା ବାସ୍ତବ ଜୀବନରେ ଏହି ଦୁଇ ଷ୍ଟାରଙ୍କ ଭିତରେ ଏକ ଭଲ ସମ୍ପର୍କ ରହିଛି  ।  ଏହାରି ଭିତରେ ପ୍ରୀତି ସଲମାନ ଖାନଙ୍କ ୫୯ ଜନ୍ମଦିନରେ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ । ଏହାସହ ଏକ ଖାସ ଅନ୍ଦାଜରେ ସଲମାନଙ୍କୁ ଜନ୍ମଦିନରେ ଶୁଭେଛା ଜଣାଇଥିଲେ ।  ସଲମାନ ଖାନଙ୍କର ସ୍ପେଶାଲ ଦିନରେ ପ୍ରୀତି ଜିଣ୍ଟା ନିଜ ଏକ୍ସ ଆକାଉଣ୍ଟରେ ନିଜର ପର୍ସନାଲ ଆଲବମରେ ଥିବା କିଛି ପୁରୁଣାଦିନର ସଲମାନଙ୍କ ସହ ନିଜ ଫଟୋ ପୋଷ୍ଟ କରିଥିଲେ ।

ଏହାସହ ସୁନ୍ଦର ଲେଖା ମଧ୍ୟ ସେୟାର କରିଥିଲେ । ସେଥିରେ ଲେଖା ହୋଇଥିଲା ହାପି ବର୍ଥ ଡେ ସଲମାନ ଖାନ । ମୁଁ ଏତିକି କହିବାକୁ ଚାହୁଁଛି ମୁଁ ତୁମକୁ ସବୁଠାରୁ ଅଧିକ ଭଲ ପାଏ । ଯେତେବେଳେ ମୁଁ ତୁମ ସହ କଥାହେବି ସେହି ସମୟରେ ଜଣାଇବି । ଆଉ ହଁ ମତେ ଆଉ ଫଟୋ ଦରକାର ନହେଲେ ମୁଁ ସେହି ପୁରୁଣା ଫୋଟ ଗୁଡିକ ହିଁ ପୋଷ୍ଟ କରିବି । ତେବେ ପ୍ରୀତିଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫ୍ୟାନ୍ସମାନେ ମଧ୍ୟ ଏହି ଫଟୋରେ ଅନେକ କମେଣ୍ଟ ଦେଇଛନ୍ତି ।  ତେବେ ସଲମାନ ନିଜର ଜନ୍ମଦିନରେ ନିଜର ଅପ କମିଙ୍ଗ ଫିଲ୍ମ ସିକନ୍ଦରର ଟିଜର ଟ୍ରେଲର ଜାରି କରିଛନ୍ତି  ।  ପୁର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଧନ କାରଣରୁ ଡିସେମ୍ବର ୨୭ ରେ ଏହା ରିଲିଜ ହୋଇନଥିଲା । ଆସନ୍ତା ୨୦୨୫ ମସିହାରେ ଇଦରେ ସିନେମା ହଲରେ ଦର୍ଶକ ଏହି ଫିଲ୍ମକୁ ଦେଖିବେ ।