ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଫେମସ୍ କଳାକାରମାନଙ୍କୁ କଲେ ସମ୍ମାନିତ, ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ସୋମବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଜିତ କୁମାର, ନନ୍ଦାମୁରୀ ବାଲକ୍ରିଷ୍ଣା ଏବଂ ଶେଖର କାପୁରଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ । ଏହି ସମୟରେ, କଳା କ୍ଷେତ୍ରରେ ଅବଦାନ ପାଇଁ ଗାୟକ ଅରିଜିତ ସିଂହ, ଜସପିନ୍ଦର ନରୁଲା ଏବଂ ପ୍ରବୀଣ ଅଭିନେତ୍ରୀ ମମତା ଶଙ୍କରଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । କେଉଁ ସେଲିବ୍ରିଟିମାନେ ପୁରସ୍କାର ପାଇଲେ ତାହା ଏଠାରେ ଜାଣନ୍ତୁ ।
କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରବୀଣ ଗାୟକ ପଙ୍କଜ ଉଧାସଙ୍କୁ ମରଣୋତ୍ତର ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା । ଏଥି ସହ ତାଙ୍କ ପତ୍ନୀ ଫରିଦା ପଙ୍କଜ ଉଦାସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏଥି ସହ ଆସନ୍ତୁ ଜାଣିବା କିଛି ଫେମସ୍ ବ୍ୟକ୍ତିଙ୍କ ନାମ ଯିଏ କି ପଦ୍ମ ଭୁଷଣ ସମ୍ମାନିତ ପାଇଥିଲେ ।
ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହି ଫେମସ୍ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା :
୧) ଅଭିନେତା ପନ୍ଦାମୁରୀ ବାଲକ୍ରିଷ୍ଣା – ପଦ୍ମ ଭୂଷଣ ।
୨) ଗାୟକ ପଙ୍କ ଉଦାସ – ପଦ୍ମ ଭୂଷଣ ।
୩) ଅଭିନେତା ଅଜିତ କୁମାର – ପଦ୍ମ ଭୂଷଣ ।
୪) ଫିଲ୍ମ ନିର୍ମାତା ଶେଖର କପୁର – ପଦ୍ମ ଭୂଷଣ ।
୫) ଅଭିନେତା ଅନନ୍ତ ନାଗ – ପଦ୍ମ ଭୂଷଣ ।
୬) ଅଭିନେତା ଅଶୋକ ଲକ୍ଷ୍ମଣ ସରଫ- ପଦ୍ମଶ୍ରୀ
୭) ଅଭିନୟ ପ୍ରଶିକ୍ଷକ, ଥିଏଟର ନିର୍ଦ୍ଦେଶକ ବ୍ୟାରି ଗଡଫ୍ରେ ଜନ୍ – ପଦ୍ମଶ୍ରୀ
୮) ଗାୟିକ ଜସପିନ୍ଦର ନରୁଲା – ପଦ୍ମଶ୍ରୀ
୯) ଗାୟକ ଅଶ୍ବନୀ ଭୂଦେ – ଦେଶପାଣ୍ଡେ – ପଦ୍ମଶ୍ରୀ
୧୦) ସଂଗୀତକାର ରିକି ଜ୍ଞାନ କେଜ୍ – ପଦ୍ମଶ୍ରୀ
୧୧) ଲୋକ ଗାୟକ ଭେରୁ ସିଂହ ଚୌହାନ୍ – ପଦ୍ମଶ୍ରୀ
୧୨) ଭକ୍ତ ଗାୟକ ହରିନ୍ଦର ସିଂ ଶ୍ରୀନଗର ୱାଲେ – ପଦ୍ମଶ୍ରୀ
୧୩) ଲୋକ ସଂଗୀତଜ୍ଞ ଜୟନାଚରଣ ବାଥେରୀ – ପଦ୍ମଶ୍ରୀ
୧୪) ଶାସ୍ତ୍ରୀୟ ଗାୟିକାଙ୍କ ଓମାନକୁଟ୍ଟି ଆମ୍ମା – ପଦ୍ମଶ୍ରୀ
୧୫) ଗାୟକ ମହାବୀର ନାୟକ – ପଦ୍ମଶ୍ରୀ
୧୬) ଅଭିନେତ୍ରୀ ମମତା ଶଙ୍କର – ପଦ୍ମଶ୍ରୀ
ଏଥି ସହ ଜାଣିରଖନ୍ତୁ ଯେ ସୁପରଷ୍ଟାର ଅଜିତ କୁମାରଙ୍କୁ ପଦ୍ମଭୂଷଣ ପୁରସ୍କାର ମଧ୍ୟ ମିଳିଛି । ଜାନୁଆରୀରେ ଯେତେବେଳେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା, ଅଜିତ ଏକ ଷ୍ଟେଟମେଣ୍ଟରେ କହିଥିଲେ, ‘ଭାରତର ରାଷ୍ଟ୍ରପତିଙ୍କ ଠାରୁ ପ୍ରତିଷ୍ଠିତ ପଦ୍ମ ପୁରସ୍କାର ଗ୍ରହଣ କରି ମୁଁ ଅତ୍ୟନ୍ତ ବିନମ୍ର ଏବଂ ସମ୍ମାନିତ ଅନୁଭବ କରୁଛି ।’ ମୁଁ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଜୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।
ଆଜି ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ ହୋଇଆସିଛି । ଯେଉଁଠାରେ ସାଉଥର ଦୁଇ ଅଭିନେତାଙ୍କୁ ପଦ୍ମଭୂଷଣ ପୁରସ୍କାର ଦିଆଯାଇଥିଲା । ସେହିଭଳି ବଲିଉଡର ଶେଖର କପୁରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।