ସନ୍ନି ଲିଓନଙ୍କ ଗୀତ ‘ମଧୁବନ’କୁ ନେଇ ବଢିଲା ବିବାଦ, ପଣ୍ଡିତ ଏବଂ ସନ୍ଥ ପକ୍ଷରୁ ବ୍ୟାନ୍ କରିବା ପାଇଁ ଦାବି

ସନ୍ନି ଲିଓନ ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର କିନ୍ତୁ ଗୀତ ‘ମଧୁବନରେ ରାଧିକା ନାଚେ’କୁ ନେଇ ବିବାଦ ସାମ୍ନାକୁ ଆସିଛି। ନିକଟରେ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ ରିଲିଜ ହୋଇଥିଲା। ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ଗୀତକୁ କନିକା କପୁର ଏବଂ ଅରିନ୍ଦମ ଚକ୍ରବର୍ତ୍ତୀ ଗାଇଛନ୍ତି। ଆଉ ଗୀତଟି ରିଲିଜ ହେବା ପରେ ଏହାକୁ ନେଇ ବିବାଦ ବଢିଯାଇଛି। ଗୀତକୁ ନେଇ ଧାର୍ମିକ ଭାବନାକୁ ଆଘାତ ଲାଗିଛି ବୋଲି କିଛି ପଣ୍ଡିତ ଏବଂ ସନ୍ଥ ସମାଜ ପକ୍ଷରୁ ଏହାକୁ ବ୍ୟାନ୍ କରିବା ପାଇଁ ଦାବି ଉଠିଛି।
ବୃନ୍ଦାବନର ସନ୍ଥ ନଭଲ ଗିରି ମହାରାଜା ପିଟିଆଇ ଏଜେନ୍ସୀ ସହିତ କଥା ହୋଇ କହିଛନ୍ତି, ଯଦି ସରକାର ଅଭିନେତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ସହିତ ଗୀତକୁ ବ୍ୟାନ୍ ନ କରାଯାଏ, ତେବେ କୋର୍ଟ ଯିବାକୁ ମଧ୍ୟ ପଛାଇବେ ନାହିଁ।
ଯଦି ଏହି ଗୀତରୁ ସନ୍ନିଙ୍କ ସିନ୍ ହଟାନଯାଏ ଏବଂ କ୍ଷମା ନ ମାଗନ୍ତି, ତେବେ ତାଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ ବୋଲି ମଧ୍ୟ ଚେତାବନୀ ମିଳିଛି।ଏହାଛଡା ଅନେକ ପଣ୍ଡିତ ଏବଂ ସନ୍ଥଙ୍କ କହିବାନୁଯାୟୀ, ମଧୁବନ ଗୀତରେ ସନ୍ନିଙ୍କ ବୋଲ୍ଡ ଡ୍ୟାନ୍ସ ଠିକ୍ ନୁହେଁ। ତେଣୁ ଏହି ଗୀତରୁ ତାଙ୍କ ବୋଲ୍ଡ ଡ୍ୟାନ୍ସକୁ ହଟାଇଦିଆଯାଉ ଏବଂ ସନ୍ନି ଭୁଲ୍ ମାଗନ୍ତୁ।
ସୂଚନାଯୋଗ୍ୟ, ଏହି ଗୀତକୁ ମହମ୍ମଦ ରଫି ୧୯୬୦ରେ ରିଲିଜ ହୋଇଥିବା ଫିଲ୍ମ ‘କୋହିନୂର’ରେ ଗାଇଥିଲେ।
video courtsey: Saregama Music