କନ୍ୟା ସନ୍ତାନ ଜନ୍ମ ଦେଲେ ୟୁବିକା ଚୌଧୁରୀ, ବାପା ହେଲେ ‘ବିଗ୍ ବସ୍’ ଫେମ୍ ପ୍ରିନ୍ସ ନରୁଲା

ଟିଭିର ପପୁଲାର କପଲ୍ ପ୍ରିନ୍ସ ନରୁଲା ଓ ୟୁବିକା ଚୌଧୁରୀ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ଏବେ ଏହି କ୍ୟୁଟ୍ କପଲ୍ ବାପା, ମାଆ ହୋଇଛନ୍ତି । ବିଗ୍ ବସ୍ ଫେମ୍ ପ୍ରିନ୍ସ ନରୁଲାଙ୍କ ପତ୍ନୀ ୟୁବିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର ଜଣାଇଛନ୍ତି ପ୍ରିନ୍ସଙ୍କ ବାପା ।
ଶନିବାର ସନ୍ଧ୍ୟାରେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ୟୁବିକା । ଏବେ କପଲ୍ଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ, ପ୍ରିନ୍ସଙ୍କ ବାପା ଯୋଗିନ୍ଦର ନରୁଲା ଏହି ଖବରକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି, ‘ହଁ, ଝିଅ ଜନ୍ମ ହୋଇଛି ଏବଂ ଆମେ ବହୁତ ଖୁସି ଅଛୁ’ ।
ଅଭିନେତ୍ରୀ ୟୁବିକା ବିବାହର ୬ ବର୍ଷ ପରେ ମା’ ହୋଇଛନ୍ତି । କହି ରଖୁଛୁ, ଏହି ଦୁଇ ଜଣଙ୍କ ଲଭ୍ ଷ୍ଟୋରୀ ଏକ ରିୟାଲିଟି ଶୋ’ରୁ ଆରମ୍ଭ ହୋଇଥିଲା । ୟୁବିକା ଓ ପ୍ରିନ୍ସ ପ୍ରଥମ ଥର ବିଗ୍ ବସ୍ ହାଉସ୍ରେ ପରସ୍ପରକୁ ଭେଟିଥିଲେ । ‘ବିଗ୍ ବସ୍-୯’ରେ ଉଭୟଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ଶୋ’ରେ ହିଁ ପ୍ରିନ୍ସ ୟୁବିକାଙ୍କୁ ପ୍ରେମ ନିବେଦନ କରିିଥିଲେ । ଏହାପରେ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ୨୦୧୮ରେ କପଲ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
କିଛି ମାସ ପୂର୍ବେ ୟୁବିକା ନିଜର ଏକ ଇଣ୍ଟରଭ୍ୟୁରେ ରିଭିଲ୍ କରିଥିଲେ କି, ସେ IVF ମାଧ୍ୟମରେ ଗର୍ଭବତୀ ହୋଇଛନ୍ତି । ଏବେ ଶେଷରେ ସେ ମା’ ହୋଇଛନ୍ତି ।