ବିଗ ବସ-୧୫ରେ ନଜର ଆସିପାରନ୍ତି ମହବତେଂ ଫେମ ପ୍ରୀତି ଇଂଗିୟାନି

ରିୟାଲିଟି ଶୋ’ ବିଗବସକୁ ନେଇ ଗତ କିଛି ମାସ ଧରି ଚର୍ଚ୍ଚା ଜୋର ଧରିଛି ।  ଖୁବଶୀଘ୍ର କଲର୍ସ ଚ୍ୟାନେଲରେ ଏହି ଶୋ” ଆରମ୍ଭ ହେବାକୁ ଥିବା ବେଳେ ଏନେଇ ସମସ୍ତ ପ୍ରତିଯୋଗୀଙ୍କ ନାଁ ପୂର୍ବରୁ ହିଁ ସ୍ଥିର ହୋଇସାରିଛି । କରଣ ଜୋହରଙ୍କ ତତ୍ତ୍ୱାବଧାନରେ ଓଟିଟି ପ୍ଲାଟଫର୍ମରେ ବର୍ତ୍ତମାନ ସମୟରେ ଚାଲିଥିବା “ବିଗ ବସ ଓଟିଟି” ସରିବା ପରେ ହିଁ ନୂଆ ଶୋ’ ଆରମ୍ଭ ହେବ । ଶୁଣାଯାଉଛିକି ଚଳିତ ସିଜିନରେ ବର୍ଷିୟାନ ଅଭିନେତ୍ରୀ ରେଖାଙ୍କ ଆବାଜ ଶୁଣିବାକୁ ମିଳିବ । ଶୋ’ର ପ୍ରମୋରେ ବି ତାଙ୍କ ରେଖାଙ୍କ ଅଭିନୀତ କିଛି ସିନ ବାବଦରେ ବି ମେକର୍ସ ମାନେ ଖୁଲାସା କରିବେ । ସୂଚନାରୁ ଜଣାଯାଇଛିଯେ ଶୋ’ର ପ୍ରିମିୟର ଅକ୍ଟୋବର ମାସରେ ଆରମ୍ଭ ହେବ । ଶୁଣାଯାଉଛିକି ମେକର୍ସ ମାନେ ଟିଭିଷ୍ଟାରଙ୍କ ଠାରୁ ଆରମ୍ଭ କରି ବଲିଉଡ଼ ଷ୍ଟାର ମାନଙ୍କୁ ଏନେଇ ଆପ୍ରୋଚ ବି କରୁଛନ୍ତି । ଶୁଣାଯାଉଛିକି ବଲିଉଡ ଅଭିନେତ୍ରୀ ପ୍ରୀତି ଇଂଗିୟାନି ବି ଏହି ଶୋ’ରେ ଭାଗ ନେବେ ।

କିନ୍ତୁ ନିଜେ ପ୍ରୀତି ଏହି ଖବରକୁ ଖଣ୍ଡନ କରିଛନ୍ତି । ଶାହରୁଖ ଖାଁଙ୍କ ଅଭିନୀତ ଫିଲ୍ମ “ମହବତେଂ” ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଏହି ସୁନ୍ଦରୀ ଜଣଙ୍କ କହିଛନ୍ତିକି ପ୍ରତି ଥର ପରି ଏଥର ମଧ୍ୟ ବିଗବସରେ ଭାଗ ନେବାକୁ ତାଙ୍କ ପାଖକୁ ଅଫର ଆସିଛି । ଏକ ଚ୍ୟାନେଲକୁ ସାକ୍ଷାତ୍କାର ଦେବା ସମୟରେ ହିଁ ସେ ନିଜେ ଏବାବଦରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କୁ ଆପ୍ରୋଚ କରାଯିବାରୁ ଏହାର ଜବାବରେ ସେ କହିଥିଲେକି ମୁଁ ଏଥିରେ ମାତ୍ର ଦିନକ ପାଇଁ ବି ତିଷ୍ଟି ପାରିବି ନାହିଁ, ମୋ ଦ୍ୱାରା ଏହା ସମ୍ଭବ ନୁହେଁ । ଏହା ବ୍ୟତୀତ ମେକର୍ସ ମାନେ “ଉତରଣ” ଫେମ ଟିନା ଦତ୍ତା ଓ ଅଭିନେତା ମାନବ ଗୋହିଲଙ୍କୁ ବି ଏନେଇ ସୁପାରିଶ କରିଥିଲେ । ଟିନା ପ୍ରଥମରୁ କଲର୍ସ ଚ୍ୟନେଲର ଚେହେରା ଥିବା ବେଳେ “ଖତରୋଂ କେ ଖିଲାଡ଼ି” ରେ ବି ଭାଗ ନେଇସାରିଛନ୍ତି । ଆଉ ଏକ ମଜା କଥା ହେଉଛି ବିଗବସ-15 ରେ ସଲ୍ମାନ ଖାଁ ଜଙ୍ଗଲରେ ବୁଲୁଥିବା ଏକ ଶିକାରୀ ଭେଶରେ ନଜର ଆସିବେ । ଆଉ ଏଥିରେ ଶିକାରୀ ଭେଷରେ ନଜର ଆସିବେ ସଲମାନ ଖାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.