ନିଜ ଏକ୍ସପ୍ରେସନରେ ସମସ୍ତଙ୍କୁ ମତୁଆଲା କରୁଥିବା ପ୍ରିୟା ପ୍ରକାଶ ଭାରିୟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଆକ୍ଟିଭେଟ କରିଦେଇଛନ୍ତି। ଏଥିରେ ତାଙ୍କର 72 ଲକ୍ଷରୁ ଅଧିକ ଫଲୋଅର୍ସ ଥିଲେ। ତେବେ ଏହି ମଲୟାଲମ ଅଭିନେତ୍ରୀ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଆକ୍ଟିଭେଟ କରିବାର କିଛି ଖାସ କାରଣ କହିନାହାନ୍ତି।
କିନ୍ତୁ କୁହାଯାଉଛି, ପ୍ରିୟା ପ୍ରକାଶ ଟ୍ରୋଲର୍ସ ଦ୍ୱାରା ହଇରାଣ ହୋଇ ଏହି ପଦକ୍ଷେପ ନେଇଛନ୍ତି ଏବଂ ସୋସିଆଲ ମିଡିଆରୁ ବ୍ରେକ ନେବା ବିଷୟରେ ଭାବିଛନ୍ତି। ମିଡ଼ିଆ ରିପୋର୍ଟ ମୁତାବକ, ପ୍ରିୟା ପ୍ରକାଶଙ୍କୁ ସ୍କ୍ରିନ ଟାଇମ ବ୍ରେକର ଆବଶ୍ୟକତା ଥିଲା। ଏହା ବି କୁହାଯାଉଛି କି, କିଛି ଦିନ ପରେ ସେ ପୁଣିଥରେ ଇନଷ୍ଟାଗ୍ରାମକୁ ଫେରିପାରନ୍ତି।
@priya.p.varrier##mallufingerdown ##trending
ଉଇଙ୍କ ଗାର୍ଲ ପ୍ରିୟା ପ୍ରକାଶ ଭାରିୟର ଇନଷ୍ଟାଗ୍ରାମକୁ ଅଲବିଦା କହିଦେଇଛନ୍ତି ସତ, କିନ୍ତୁ ସେ ଟିକ ଟକରେ ପ୍ରାୟତଃ ଆକ୍ଟିଭ ରହୁଥିବା ଦେଖିବାକୁ ମିଳୁଛି। କହି ରଖୁଛୁ, ପ୍ରିୟା ପ୍ରକାଶ ‘ଉଇଙ୍କ ଓ ଫାୟାର ଗନ’ ଇଶାରାରେ ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ।