ଦେଶୀ ଗାର୍ଲଙ୍କ ‘ବ୍ରାଇଡ୍ ସାୱାର ପାର୍ଟି’, ହ୍ଵାଇଟ କଲର ଗାଉନ୍ରେ ନଜର ଆସିଲେ ପ୍ରିୟଙ୍କା

ଦେଶୀ ଗାର୍ଲ ପ୍ରିୟଙ୍କା ଓ ଆମେରିକାନ ସିଙ୍ଗର ନିକ୍ ଜୋନ୍ସଙ୍କ ପ୍ରି ୱେଡିଙ୍ଗ ପ୍ରିପାରେସନ୍ ଆରମ୍ଭ ହୋଇଯାଇଛି। ନ୍ୟୁୱର୍କରେ ରବିବାର ଆୟୋଜିତ ହୋଇଯାଇଛି ପ୍ରିୟଙ୍କାଙ୍କ ବ୍ରାଇଡ୍ ସାୱାର ପାର୍ଟି। କ୍ଲୋଜ ଫ୍ରେଣ୍ଡସ ଓ ରିଲେଟିଭ୍ସଙ୍କ ପାଇଁ ପାର୍ଟି ହୋଷ୍ଟ କରିଥିଲେ ପ୍ରିୟଙ୍କା।
ହ୍ଵାଇଟ କଲର ର ଗାଉନ୍ରେ ବେଶ୍ ସୁନ୍ଦର ଲାଗୁଥିଲେ। ନିଜ ପ୍ରି ବ୍ରାଇଡାଲ ଲୁକ୍କୁ ସପୋର୍ଟ କରିବାକୁ ପିନ୍ଧିଥିଲେ ମ୍ୟାଚିଙ୍ଗ ଡାଇମଣ୍ଡ ନେକଲେସ। ପ୍ରିୟଙ୍କାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଏହି ସିମ୍ପଲ ଓ ଷ୍ଟାଇଲିଶ୍ ଲୁକ୍ ଫ୍ୟାନଙ୍କୁ ପସନ୍ଦ ଆସୁଛି। ବ୍ରାଇଡାଲ ସାୱାରରେ ପ୍ରିୟଙ୍କା ପିନ୍ଧିଥିବା ଏହି ଡ୍ରେସର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।
ସେହିପରି ଏହି ପାର୍ଟିରେ ପ୍ରିୟଙ୍କାଙ୍କ ମାଆ ମଧ୍ଯ ଏକ ବ୍ଳାକ୍ ୱାନ୍ ପିସ୍ ରେ ନଜର ଆସିଥିଲେ । ପାର୍ଟିର ଥମ୍ ୱେଷ୍ଟର୍ନ ଥିବାରୁ ସମସ୍ତେ ପ୍ରାୟ ୱାନ୍ ପିସରେ ନଜର ଆସିଥିଲେ । ଏହି ପାର୍ଟିରେ ପ୍ରିୟଙ୍କା ତାଙ୍କ ମାଆଙ୍କ ସହ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ପ୍ରିୟଙ୍କା ବେଶଖୁସିଥିବାର ଦେଖିବାକୁ ମିଳିଛି । ପାର୍ଟିରେ ନିକ୍ ଙ୍କ ମାଆ ମଧ୍ଯ ଉପସ୍ଥିତ ଥିଲେ । ଗତ ଜୁଲାଇରେ ମୁମ୍ବାଇରେ ଭାରତୀୟ ରୀତିନୀତିରେ ନିକ ଓ ପ୍ରିୟଙ୍କାଙ୍କ ଏନ୍ଗେଜମେଣ୍ଟ ହୋଇଥିଲା। ନଭେମ୍ବର ୩୦ରୁ ଡିସେମ୍ବର ୨ ଯାଏଁ ରାଜସ୍ଥାନ ଯୋଧପୁରରେ ବିବାହ ସେରିମନିର ଆୟୋଜନ ଚାଲିବ ବୋଲି ଚର୍ଚ୍ଚା ହେଉଛି।