ପ୍ରିୟଙ୍କା ଚୋପ୍ରା ଆଜି ଭାରତ ଆସିଲେ କଣ ପରିଣିତିଙ୍କ ବାହାଘର ପାଇଁ ?
ଅନେକ ଦିନ ପରେ ଘର ବାହୁଡ଼ା ହୋଇଛି ପ୍ରିୟଙ୍କା ଚୋପ୍ରାଙ୍କର । ସ୍ୱାମୀ ନିକ୍ ଜୋନାସ ଓ ଝିଅ ‘ମାଲଟି ମେରି’ ସହ ସେ ଆସିଛନ୍ତି । ପ୍ରଥମଥର ତାଙ୍କ ଝିଅ ଭାରତ ଆସିଛି ।

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୋନାସ ଭାରତ ଆସିଛନ୍ତି । ଅନେକ ଦିନ ପରେ ଘର ବାହୁଡ଼ା ହୋଇଛି ତାଙ୍କର । ସ୍ୱାମୀ ନିକ୍ ଜୋନାସ ଓ ଝିଅ ‘ମାଲଟି ମେରି’ ସହ ସେ ଆସିଛନ୍ତି । ପ୍ରଥମଥର ତାଙ୍କ ଝିଅ ଭାରତ ଆସିଛି । ମୁମ୍ବାଇ ବିମାନ ବନ୍ଦରରେ ଆଜି ସେମାନେ ଓହ୍ଲାଇବା ପରେ ଘର ବାହୁଡ଼ାର ଖୁସି ଝଲସି ଉଠୁଥିଲା ପିସିଙ୍କ ମୁହଁରେ । ମିଡିଆ ତାଙ୍କୁ ଘେରି ଯାଇ ଅନେକ ପ୍ରଶ୍ନ ପଚାରିଥିଲା । ଫଟୋଗ୍ରାଫର ସେମାନଙ୍କ କ୍ୟାମେରା କ୍ଲିକ୍ କରି ଚାଲିଥିଲେ । ପ୍ରିୟଙ୍କା ବି ପୋଜ୍ ଦେଉଥିଲେ । କେତେବେଳେ ନିଜ ଝିଅକୁ ଧରି ଆଉ କେତେବେଳେ ସ୍ୱାମୀ ନିକ୍ଙ୍କ ସହ । ଗତ ବର୍ଷ ଜାନୁଆରୀରେ ତାଙ୍କର ଝିଅ ଜନ୍ମ ହୋଇଥିଲା । ତେବେ ଝିଅ ମାଲଟି ମେରି ସରୋଗେସୀରେ ଜନ୍ମ ଗ୍ରହଣ କରିଛି ।
ତେବେ ଏସବୁ ଭିତରେ କେତେଜଣ ଗଣମାଧ୍ୟମ ପ୍ରତିନିଧି ପଚାରି ଚାଲିଥାନ୍ତି ପିସିଙ୍କୁ । କଣ ପରିଣିତିଙ୍କ ବାହାଘର ପାଇଁ ଆସିଛନ୍ତି କି ? ପ୍ରିୟଙ୍କା ଏହାର କୌଣସି ଉତ୍ତର ଦେଇ ନଥିଲେ । ମନେ ପକାଇ ଦେଉଛି କି ପ୍ରିୟଙ୍କାଙ୍କ ସମ୍ପର୍କୀୟ ଭଉଣୀ ପରିଣିତିଙ୍କର ରାଜନେତା ରାଘବ ଚଢାଙ୍କ ସହ ପ୍ରେମ ସମ୍ପର୍କ ରହିଛି । ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏମିତିକି ସେମାନଙ୍କର ନିର୍ବନ୍ଧ ହୋଇ ସାରିଥିବା ଚର୍ଚ୍ଚା ଚାଲିଛି । ଏହି ଚର୍ଚ୍ଚା ଭିତରେ ଗାୟକ ହାର୍ଡି ସାନ୍ଧୁ ସ୍ପଷ୍ଟ କରି ସାରିଲେଣି ଯେ ପରିଣିତି ଏବଂ ଆପ୍ ନେତା ରାଘବ ବାହା ହେବାକୁ ଯାଉଛନ୍ତି । ଅବଶ୍ୟ ଉଭୟ ଏ ବିଷୟରେ ସ୍ପଷ୍ଟ କରି ନାହାନ୍ତି । ରାଘବ କେବଳ କହିଛନ୍ତି ଯେ ଯେତେବେଳେ ଏହା ହେବ ମୁଁ ସମସ୍ତଙ୍କୁ ଜଣାଇବି ।
ତେଣୁ ଏଭଳି ସ୍ଥିତିରେ ପ୍ରିୟଙ୍କାଙ୍କ ଭାରତ ଆଗମନ ପରିଣିତି ଓ ରାଘବଙ୍କ ବିବାହ ପାଖେଇ ଆସିଛି ବୋଲି ସୂଚାଉଛି ।